ମୁଣ୍ଡଳୀରେ ବଢିଲା ମହାନଦୀ ଜଳସ୍ତର

0 89

କଟକ : ମୁଣ୍ଡଳୀ ନିକଟରେ ବଢିଲା ମହାନଦୀ ଜଳସ୍ତର । ମୁଣ୍ଡଳୀରେ ସକେଣ୍ଡ ପିଛା ୬ ଲକ୍ଷ ୮ ହଜାର ଘନଫୁଟ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀ ଅପ୍ ଷ୍ଟ୍ରିମରେ ଜଳସ୍ତର ୮୯.୦୧ ଫୁଟ ରହିଛି । ମୁଣ୍ଡଳୀ ଅପ୍ ଷ୍ଟ୍ରିମରେ ବିପଦ ସଙ୍କେତ ହେଉଛି ୯୭.୨୫ ଫୁଟ । ମୁଣ୍ଡଳୀ ଡାଉନ୍ ଷ୍ଟ୍ରିମରେ ଜଳସ୍ତର ୮୭.୨୦ ଫୁଟ । ମୁଣ୍ଡଳୀ ଡାଉନଷ୍ଟ୍ରିମରେ ବିପଦ ସଙ୍କେତ ହେଉଛି ୯୫.୦୫ ଫୁଟ । ସେପଟେ ନରାଜ ନିକଟରେ କାଠଯୋଡିର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି । ନରାଜରେ ସେକେଣ୍ଡ ପ୍ରତି ୨ ଲକ୍ଷ ୯୫ ହଜାର ଘନଫୁଟ ଜଳ ପ୍ରବାହିତ ହେଉଛି । ନରାଜରେ କାଠଯୋଡିର ଜଳସ୍ତର ୨୫.୨୫ ଫୁଟ ରହିଛି । ନରାଜରେ କାଠଯୋଡିର ବିପଦ ସଙ୍କେତ ହେଉଛି ୨୬.୪୦ ଫୁଟ ।

hiranchal ad1
Leave A Reply

Your email address will not be published.

20 − 6 =