ଫେକ ଆଇଡିରୁ ଅଶ୍ଳୀଳ ଗାଳିଗୁଲଜ କରୁଥିବା ଅଭିଯୋଗ ରେ ଯୁବକ ଗିରଫ

0 253

ପାଟଣାଗଡ,୧୫/୧୨ – ବର୍ତ୍ତମାନ ବିଜ୍ଞାନ ଓ ଡିଜିଟାଲ ଯୁଗରେ ବୁଦ୍ଧିର ପ୍ରୟୋଗ କରି ମଣିଷ ଯେପରି ଆଗକୁ ବଢିଚାଲିଛି ଠିକ୍‌ ସେହିପରି ଉନ୍ନତ ବୁଦ୍ଧିକୁ ନେଗେଟିଭ ଆଡକୁ ଟାଣି ନେଇ ବିଭିନ୍ନ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛି । ଏଭଳି ଏକ ଘଟଣା ପାଟଣାଗଡରେ ଘଟିଛି । ଫେକ୍‌ ଫେସବୁକ ଖୋଲି ଅଶ୍ଲିଳ ଭାଷାରେ ଗାଳିଗୁଲଜ କରୁଥିବା ଜଣେ ଯୁବକକୁ ପାଟଣାଗଡ଼ ପୋଲିସ ଗିରଫକରି କୋର୍ଟଚାଲାଣ କରିଛି । ସୁଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ତେତେଲମୁଣ୍ଡା ପଞ୍ଚାୟତ ସମିତି ସଭ୍ୟ ଶୁକୃସୁନାନୀଙ୍କ ଅଭିଯୋଗ ଅନୁସାରେ ରୁଚି ବେହେରା ନାଁରେ ଜଣେ ଫେସବୁକ ଆଇଡି ଖୋଲି ଅଶ୍ଳୀଳ ଭାଷାରେ ତାଙ୍କୁ ଗାଳିଗୁଲଜ କରୁଥିଲା । ସେ ଦେଇଥିବା ସମସ୍ତ ମେସେଜକୁ ଦେଖି ଶ୍ରୀ ସୁନାନି ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାରକରି ପାଟଣାଗଡ଼ ପୋଲିସ ତଦନ୍ତ କରି ଅଭିଯୁକ୍ତ ବିକ୍ରମ ବଢେଇ (୧୮) ନାମକ ଜଣେ ଯୁବକ ସୋନପୁର ହରିହରପୁର ଗାଁ ରୁ ଗିରଫ କରିଥିବା ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

16 − 4 =