ମେଡିକାଲ ପଢିବାକୁ ଆଉ ଯିବାକୁ ପଡ଼ିବନି ୟୁକ୍ରେନ,ଜାଣନ୍ତୁ ଏହାର କାରଣ

0 186

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଯେତେ ଭାରତୀୟ ଛାତ୍ରଛାତ୍ରୀ ଅଛନ୍ତି,ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମେଡିକାଲ ବିଦ୍ୟାର୍ଥୀ । ଭାରତରେ ମେଡିକାଲ ପାଠପଢା ବ୍ୟୟବହୁଳ ହେଉଥିବାରୁ ଏବଂ ୟୁକ୍ରେନରେ ଏହି ଖର୍ଚ୍ଚ ବହୁତ କମ ଥିବା ସାଙ୍ଗକୁ ଆଉ କେତେକ ଭଲ ସୁବିଧା ଥିବାରୁ ଭାରତରୁ ବହୁସଂଖ୍ୟକ ପିଲା ସେଠାକୁ ଚାଲିଯାଉଛନ୍ତି । ତେବେ ଯୁଦ୍ଧ ପରିସ୍ଥିତି ଭାରତରେ ଏକ୍ଷେତ୍ରରେ କେତେକ ପରିବର୍ତ୍ତନ ଆଣିବ ବୋଲି ସୂଚନା ମିଳିଛି । ଭାରତରେ ପିଲାମାନଙ୍କୁ ଭଲ ମେଡିକାଲ ପାଠ ପଢାଇବାକୁ ଆନନ୍ଦ ମହିନ୍ଦ୍ରା ନେଇଛନ୍ତି ଏକ ବଡ ନିଷ୍ପତ୍ତି । ଆନନ୍ଦ ମହିନ୍ଦ୍ରା କରିଥିବା ଏହି ଟୁଇଟରେ କହିଛନ୍ତି, ଭାରତରେ ମେଡିକାଲ କଲେଜ ଏତେ କମ୍‌ ଅଛି ବୋଲି ସେ ଜାଣିନଥିଲେ । ଆଉ ଟେକ୍‌ ମହିନ୍ଦ୍ରା କମ୍ପାନୀର ଏମଡି ଓ ସିଇଓ ସି.ପି. ଗୁରନାନୀଙ୍କୁ ଟ୍ୟାଗ୍‌ କରି ସେ ଲେଖିଛନ୍ତି, ମହିନ୍ଦ୍ରା ୟୁନିଭର୍ସିଟିରେ ମେଡିକାଲ ପାଠ ପଢାଇବାକୁ ଆମେ ବିଚାର କରିପାରିବା କି? ଗୁରୁବାର ଆନନ୍ଦ ମହିନ୍ଦ୍ରା ଏହି ଟୁଇଟ୍‌ କରିବା ପରେ, ଅନେକ ୟୁଜର୍ସ ଏହାକୁ ନେଇ ନିଜର ମତ ରଖିଛନ୍ତି । ଭାରତୀୟ ଛାତ୍ରମାନେ କାହିଁକି ଭାରତ ଛାଡି ବିଦେଶରେ ମେଡିକାଲ ପାଠ ପଢୁଛନ୍ତି ବୋଲି ଅନେକ ୟୁଜର୍ସ କାରଣ ଲେଖିଛନ୍ତି । ଆଉ ଏହାକୁ ନଜରରେ ରଖି, ଆନନ୍ଦ ମହିନ୍ଦ୍ରା ଖୁବଶୀଘ୍ର ଏକ ବଡ ନିଷ୍ପତ୍ତି ନେବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଭାରତର ଅନେକ ଛାତ୍ର ୟୁକ୍ରେନରେ ରହି ମେଡିକାଲ ପଢିବା ପଛର କାରଣ ହେଉଛି । ସେଠାରେ ଅତି ଶସ୍ତାରେ ମେଡିକାଲ ପାଠ ପଢିବାକୁ ସୁଯୋଗ ମିଳିଥାଏ । ଭାରତର ଯେଉଁ ପିଲାମାନେ ମେଡିକାଲ ସିଟ୍‌ ପାଇପାରିନଥାନ୍ତି । ସେମାନଙ୍କ ପାଇଁ ମେଡିକାଲ ପଢିବାକୁ ୟୁକ୍ରେନ୍‌ ହିଁ ସବୁଠୁ ବେଷ୍ଟ ଚଏସ୍‌ ଥାଏ । ଏହି କାରଣରୁ ୟୁକ୍ରେନରେ ଏବେ ବି ଅନେକ ଭାରତୀୟ ମେଡିକାଲ ଛାତ୍ରଛାତ୍ର ଫସି ରହିଛନ୍ତି । ଭାରତରେ ନିଟ୍‌ ପରୀକ୍ଷା ପାସ୍‌ କଲାପରେ ୟୁକ୍ରେନର ମେଡିକାଲ କଲେଜରେ ସିଧା ଆଡମିସନ୍‌ ମିଳି ଯାଇଥାଏ । ଏଥିପାଇଁ ଆଉ କିଛି ବି ପ୍ରବେଶିକା ପରୀକ୍ଷା ଦେବାକୁ ପଡିନଥାଏ । ଏହି କାରଣରୁ ଭାରତରେ ଯେଉଁ ପିଲା ସିଟ୍‌ ପାରିନଥାନ୍ତି, ସେମାନେ ୟୁକ୍ରେନ୍‌ ଚାଲିଯାଇଥାନ୍ତି । ତେବେ ଆନନ୍ଦ ମହିନ୍ଦ୍ରା ଏକ ବଡ ପରିବର୍ତନ ଆଣିବାକୁ ଯାଉଛନ୍ତି । ଅନେକ ଛାତ୍ରଙ୍କୁ ଆଉ ମେଡିକାଲ ପଢିବାକୁ ବିଦେଶ ଯିବାକୁ ପଡିବନି । ସେମାନେ ଶସ୍ତା ଓ ଭଲ ସୁବିଧାରେ ଆମ ଦେଶରେ ରହି ମେଡିକାଲ ପାଠ ପଢିପାରିବେ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

1 × two =