ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟ ଶ୍ରମିକ ସମବାୟ ସମିତି ସଦସ୍ୟ

0 11

ଗଣିଆ : ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିମିଟେଡ ଦ୍ବାରା ଅନୁମୋଦିତ ଏସଏସ ମାର୍ଟର ସଦସ୍ୟମାନେ ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଭେଟିଥିବା ଜଣାପଡିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିମିଟେଡ ଦ୍ୱାରା ଅନୁମୋଦିତ ଏସଏସ ମାର୍ଟ ଖୋଲା ଯାଇଥିବା ବେଳେ ନୟାଗଡ଼ ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲାପାଳଙ୍କୁ ଭେଟି ଜଣାଇଥିଲେ। ଏହି ମାର୍ଟରେ ଗରୀବ ନିରିହ ଜନସାଧାରଣଙ୍କୁ କମ୍ ମୂଲ୍ୟରେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କ୍ରୟ କରିବାର ସୁଯୋଗ ମିଳିପାରିବ। ଏପରିକି ବଜାରରେ ମିଳୁଥିବା ସାମଗ୍ରୀ ଠାରୁ ୧୫ ପ୍ରତିଶତରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିପାରିବ। ଏହାଦ୍ବାରା ଅନେକ ଜନସାଧାରଣ ଉପକୃତ ହୋଇପାରିବେ। ଆଜିର ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତିର ନୟାଗଡ଼ ଜିଲ୍ଲା ପରିଚାଳକ ସଞ୍ଜୟ କୁମାର ମହାପାତ୍ର ଏବଂ ଭଗବାନ ଦାଶ, ଭାପୁର ବ୍ଲକ ପରିଚାଳକ ସୁଶାନ୍ତ କୁମାର ସାହୁ,ଗଣିଆ ବ୍ଳକ ପରିଚାଳକ ଅଟଳ ବିହାରି ବାଜୁ, ଗଣିଆ ବ୍ଳକ ସାମାଜିକ କର୍ମୀ ପଙ୍କଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

8 + 20 =