ବିଧାୟକଙ୍କ ହସ୍ତକ୍ଷେପ, ଚାଷୀ ପାଇଲେ ୟୁରିଆ ସାର

0 556

ବଲାଙ୍ଗୀର : ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗଙ୍କ ହସ୍ତକ୍ଷେପ ପରେ ଚାଷୀମାନେ ୟୁରିଆ ସାର ପାଇଛନ୍ତି । ପୁଇଁତଲା ଚାଷୀ ଉତ୍ପାଦକ ଗୋଷ୍ଠୀର ସଦସ୍ୟ ଓ ଅଞ୍ଚଳର ଚାଷୀଙ୍କ ମହଲରେ ଏହାକୁ ନେଇ ଖୁସି ପ୍ରକଟ କରିଛନ୍ତି । ପ୍ରତିଶୃତି ରଖିଥିବା ବିଧାୟକଙ୍କୁ ଚାଷୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି । ଲଘୁଚାପ ବର୍ଷା ଯୋଗୁଁ ଚାଷ ସୁଧାର ସମ୍ଭାବନା ବେଳେ ୟୁରିଆ ସାର ନିଅଣ୍ଟ ଓ କଳାବଜାରକୁ ନେଇ ଚାଷୀମାନେ ଚିନ୍ତିତ ଥିଲେ । ବର୍ଷା ସମୟରେ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ବିଧାୟକ ମହାଲିଙ୍ଗଙ୍କ ଗସ୍ତ ସମୟରେ ଚାଷୀମାନେ ଆଲୋଚନା କରିଥିଲେ । ଚଢା ଦରରେ ବିକ୍ରୀ, ଭିଟାମିନ,ଏନଜାମିନ ନାମରେ ବିଭିନ୍ନ ପ୍ରଡକ୍ଟ ଫୋର୍ସ ସେଲିଙ୍ଗ୍‌ ଅଭିଯୋଗ ଶୁଣି ସମାଧାନ ପ୍ରତିଶୃତି ଦେଇଥିଲେ ।

hiring

ଜିଲ୍ଲା ପ୍ରଶାସନକୁ ତୁରନ୍ତ ସମାଧାନ ନିର୍ଦ୍ଦେଶ ଦେଇଥିଲେ । ଆଜି କୁଣ୍ଡାମାଳ ସ୍ଥିତ ଉତ୍ପାଦକ ଗୋଷ୍ଠୀ କାର୍ଯ୍ୟାଳୟ ଠାରେ ବିଧାୟକଙ୍କ କର୍ମୀ ଦେବୀଲାଲ ମିଶ୍ର, ଲକ୍ଷ୍ମଣ ପାତ୍ର, ଶମ୍ଭୁ ଆଦିଙ୍କ ଉପସ୍ଥିତିରେ ସାର ବିକ୍ରୟ କରାଯାଇଛି । ପୁଇଁତଲା ଉତ୍ପାଦକ ଗୋଷ୍ଠୀର ନିର୍ଦ୍ଦେଶକ ପ୍ରଦୀପ ପ୍ରଧାନ, ମଧୁସୂଦନ କ୍ଷେତି, ବୃନ୍ଦାବନ କ୍ଷେତି ବିଧାୟକଙ୍କ ପଦକ୍ଷେପକୁ ସାଧୁବାଦ ଜଣାଇ କେନ୍ଦ୍ର ସରକାରଙ୍କ ଉତ୍ପାଦକ ଗୋଷ୍ଠୀ ଗଠନ ଦ୍ୱାରା କୃଷକଙ୍କ ବିକାଶ ପାଇଁ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ପୁଇଁତଲା ବ୍ଳକ ଅଞ୍ଚଳର ଛୋଟ ବଡ ବିଶେଷତଃ ଯୁବ ଚାଷୀଙ୍କୁ ପିଏଫପିସିରେ ସାମିଲ ହୋଇ ଭାଗିଦାର ହେବାକୁ ଆହ୍ୱାନ ଦେଇଥିଲେ । ସାର ଯୋଗାଣ ଉପରେ ବିଧାୟକ ମହାଲିଙ୍ଗ ନଜର ରଖିଛନ୍ତି । ଆବଶ୍ୟକତା ଅନୁଯାୟୀ ସାର ଯୋଗାଇବା ଚେଷ୍ଟା କରାଯିବ । କୁତ୍ରିମ ଅଭାବ ଗୁଜବରେ ଚାଷୀଙ୍କ ବ୍ୟାକୁଳତାର ସୁଯୋଗ ଉଠାଇବାକୁ ଦିଆଯିବ ନାହିଁ ବୋଲି ବିଧାୟକ କହିଥିବା ଦେବୀଲାଲ ଓ ଲକ୍ଷଣ କହିଥିଲେ ।

hiranchal ad1
Leave A Reply

Your email address will not be published.

three × four =