ପାଟଣାଗଡ଼ : ଲରମ୍ଭା ଥାନା ଖୁଣ୍ଟସମଲେଇ ଗାଁରେ ମଦ୍ୟପ ସ୍ୱାମୀ ଘାଷି ତଅଁଲାର କାଠ ଫାଳିଆ ଚୋଟରେ ସ୍ତ୍ରୀ କୁନ୍ତୀ ତଅଁଲାର ମୃତ୍ୟୁ ହୋଇଥିବା ବେଳଏ ପରେ ସ୍ୱାମୀ ଘାଷି ବିଷ ପିଇ ଆତ୍ମହତ୍ୟା କରିଥିବା ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଘାଷି ତଅଁଲା ପ୍ରତିଦିନ ମଦପିଇ ଘରକୁ ଆସି ତାଙ୍କ ସ୍ତ୍ରୀ ଓ ପୁଅ ସହ ଝଗଡା କରୁଥିଲେ । ଆଜି ମଧ୍ୟ ଘାଷି ତଅଁଲା ମଦପିଇ ଘରକୁ ଆସି ସ୍ତ୍ରୀର କୌଣସି କଥାକୁ ନେଇ କଟାକଟି ହୋଇଥିଲା ଏଥିରେ ଘାଷି ଉତକ୍ଷିପ୍ତ ହୋଇ କାଠ ଫାଳିଆରେ ନିଜ ସ୍ତ୍ରୀକୁ ପିଟିବା ଫଳରେ ଘଟଣାସ୍ଥଳରେ ହିଁ କୁନ୍ତୀଙ୍କ ମୃତ୍ୟୁ ଘଟିଥିଲା । ପରେ ଘାଷି ନିଜ ବିଷ ପିଇ ଆତ୍ମହତ୍ୟା କରିଥିଲା । ଖବର ପାଇ ଘଟଣାସ୍ଥଳରେ ଲରମ୍ଭା ପୋଲିସ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ କରିବାକୁ ପଠାଇଥିବା ବେଳେ ଅଧିକ ତଦନ୍ତ କରୁଥିବା ଲରମ୍ଭା ଥାନା ଅଧିକାରୀ ରବିନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।