ନବରଙ୍ଗପୁର ମହାବିଦ୍ୟାଳୟରେ ଜାତୀୟ ଖାଉଟି ଅଧିକାର ଦିବସ ପାଳିତ

0 81

ନବରଙ୍ଗପୁର: ନବରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା, ଯୁବ ରେଡ଼କ୍ରସ ଓ ବାଣିଜ୍ୟ ବିଭାଗ ତରଫରୁ ଜାତୀୟ ଖାଉଟି ଅଧିକାର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଜାତୀୟ ସେବା ଯୋଜନା ଜିଲ୍ଲା ସଂଯୋଜକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ଏବଂ କଲେଜ ସଂଯୋଜକ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା ଶ୍ରେଣୀ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ଖାଉଟି ଅଧିକାର ବିଷୟରେ ସଚେତନ କରିଥିଲେ । ଏଥିନିମନ୍ତେ ଆୟୋଜିତ କର୍ମଶାଳାକୁ ଉଦଘାଟନ କରି ଅଧ୍ୟକ୍ଷ ଡ଼ଃ. ବିନୋଦ ଚନ୍ଦ୍ର ନାୟକ ସାମ୍ପ୍ରତିକ ସମୟରେ ଖାଉଟି ମାନଙ୍କର ସଚେତନତା ଓ ବଜାର ଅର୍ଥନୀତି ରେ ତାର ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଳା ସଂଯୋଜକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ଖାଉଟି ଦିବସ ପାଳନର ଆବଶ୍ୟକତା ଉପରେ ବକ୍ତବ୍ୟ ଦେବାସହ ଆଗାମୀ ଦିନରେ ଛାତ୍ରଛାତ୍ରୀ ନିଜନିଜ ଗ୍ରାମରେ ସଚେତନତା ସୃଷ୍ଟି ପାଇଁ ଆହ୍ୱାନ ଦେଇଥିଲେ ।

hiring

ଜିଲ୍ଲା ଯୁବ ରେଡ଼କ୍ରସ ଜିଲ୍ଲା ସମ୍ପାଦକ ଡ଼ଃ ଭାସ୍କର ନାଥ ବିଶ୍ୱାଳ “ଖାଉଟି କିଏ ଓ ବଜାରରେ ତାର ଅଧିକାର’ ଶୀର୍ଷକ ଏକ ବୃତ୍ତ ଚିତ୍ର ପ୍ରଦାନ କରିଥିଲେ । ଏହାପରେ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତ୍ତା ଖାଉଟି ଶୋଷଣ ବିରୁଦ୍ଧରେ ସଚେତନତା ଅଭିଯାନରେ ସ୍ୱେଚ୍ଛାସେବୀମାନେ ପ୍ରମୁଖ ଭୂମିକା ନେଇପାରିବେ ବୋଲି ମତ ପ୍ରକାଶ କରିଥିଲେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଅନୁଷ୍ଠିତ ବକ୍ତୃତା, ରଚନା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଧ୍ୟାପକ ଘାସିରାମ ବେହେରା ଓ ଅଧ୍ୟାପକ ମନୋଜ କୁମାର କଂସ ବେହେରା ନିଜ ନିଜ ବକ୍ତବ୍ୟ ପ୍ରଦାନ କରି ପ୍ରକୃତରେ ଖାଉଟି ଦିବସ ପାଳନ ଦ୍ୱାରା ଛାତ୍ର ଛାତ୍ରୀଙ୍କ ଭିତରେ ସଚେତନତା ସୃଷ୍ଟି ସହ ଆଗାମୀ ଦିନରେ ଏକ ସଚେତନ ସମାଜ ପ୍ରତିଷ୍ଠା ପାଇଁ ସହାୟକ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଏହିପରି କାର୍ଯ୍ୟକ୍ରମ ସବୁର ଆୟୋଜନ କରି ପିଲାଙ୍କ ଭିତରେ ସଚେତନତା ସୃଷ୍ଟି ପାଇଁ ଚେଷ୍ଟା କରାଯିବ ବୋଲି ଅଧ୍ୟକ୍ଷ ଡ଼ଃ. ନାୟକ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

four × 4 =