ନବରଙ୍ଗପୁର ମହାବିଦ୍ୟାଳୟ ରେ “ଯୁବ ସଂସ୍କାର’ କାର୍ଯ୍ୟକ୍ରମ ଶୁଭାରମ୍ଭ

0 135

ନବରଙ୍ଗପୁର: ନବରଙ୍ଗପୁର ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା, ଯୁବ ରେଡ଼କ୍ରସ ଓ ଏନସିସିର ଅଧିକାରୀମାନଙ୍କୁ ନେଇ ଗଠିତ କମିଟି ତରଫରୁ ମହାବିଦ୍ୟାଳୟ ସ୍ତରୀୟ ଯୁବ ସଂସ୍କାର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଓଡିଶା ସରକାରଙ୍କର ଉଚ୍ଚଶିକ୍ଷା ବିଭାଗ ତରଫରୁ ସମସ୍ତ କଲେଜରେ ପିଲାମାନଙ୍କର ବୌଦ୍ଧିକ, ଆତ୍ମିକ ବିକାଶ ତଥା ବ୍ୟକ୍ତିତ୍ୱର ବିକାଶ ପାଇଁ ଯୁବ ସଂସ୍କାର ନାମରେ ଏକ ଅଭିନବ ଯୋଜନା ଆରମ୍ଭ ହୋଇଛି । ଏହି କ୍ରମରେ ମହାବିଦ୍ୟାଳୟର ଇତିହାସ ବିଭାଗର ଛାତ୍ରଛାତ୍ରୀଙ୍କୁ ନେଇ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ମାନସୀ ମହାପାତ୍ର ପ୍ରଥମ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଅଧ୍ୟକ୍ଷା ସଂଗୀତା ତ୍ରିପାଠୀ ଉଦଘାଟନ କରି ଛାତ୍ରଛାତ୍ରୀଙ୍କର ନୈତିକ ଭାବଧାରାର ବିକାଶ ହେଲେ ସେମାନେ ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ ।

hiring

ଜିଲ୍ଲା ଯୁବ ରେଡ଼କ୍ରସ ଜିଲ୍ଲା ସମ୍ପାଦକ ତଥା ଯୁବ ସଂସ୍କାର କାର୍ଯ୍ୟକ୍ରମ କମିଟିର ଆବାହକ ଡ଼ଃ ଭାସ୍କର ନାଥ ବିଶ୍ୱାଳ ନୀତିଶିକ୍ଷା ସମ୍ବଳିତ ବୃତ୍ତ ଚିତ୍ର ଉପସ୍ଥାପନ କରିବା ସହ କିଛି ପୂର୍ବ ପ୍ରସ୍ତୁତ ଭିଡିଓ ଛାତ୍ରଛାତ୍ରୀଙ୍କୁ ଦେଖାଇଥିଲେ । ବରିଷ୍ଠ ପ୍ରାଧ୍ୟାପକ ଡ଼ଃ. ନୀଳାଚଳ ମିଶ୍ର ସାମ୍ପ୍ରତିକ ସ୍ଥିତି ରେ ପଥଭ୍ରଷ୍ଟ ଯୁବସମାଜକୁ ଠିକ ରାସ୍ତାକୁ ଆଣିବା ସହ ଏକ ସୁସ୍ଥ ମାନସିକତା ଯୁକ୍ତ ସମାଜ ଗଠନରେ ଯୁବ ସଂସ୍କାରର ପ୍ରମୂଖ ଭୂମିକା ରହିଛି ବୋଲି ମତ ବ୍ୟକ୍ତ କରିଥିଲେ । ଏନଏସଏସର ଜିଲ୍ଳା ସଂଯୋଜକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ଯୁବ ସଂସ୍କାର କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବା ପାଇଁ ଗୁରୁତ୍ୱ ଆରୋପ କରିଥିଲେ । ଜାତୀୟ ସେବା ସଂସ୍ଥାର ଅନ୍ୟତମ ସଂଯୋଜକ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା ଜୀବନରେ ନୈତିକ ଶିକ୍ଷାର ଆବଶ୍ୟକତା ତଥା ଯୁବ ସମାଜ ପାଇଁ ଏହାର ଉପାଦେୟତା ଉପରେ ସଚେତନ କରିଥିଲେ । ଅଧ୍ୟାପକ ଉଜ୍ୱଳ ମହାନନ୍ଦିଆ, ଅଧ୍ୟାପକ ଜାହାଙ୍ଗିର ମହମ୍ମଦ ଯୁବ ସଂସ୍କାର ଉପରେ ନିଜ ନିଜ ମତ ଉପସ୍ଥାପନ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପିକା ମାନସୀ ମହାପାତ୍ର । ଆଗାମୀ ଦିନରେ ପ୍ରତି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ଏମିତି ଏକାଧିକ ଯୁବ ସଂସ୍କାର କାର୍ଯ୍ୟକ୍ରମର ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଅଧ୍ୟକ୍ଷା ତ୍ରିପାଠୀ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × 4 =