ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ : ୟୁକ୍ରେନ୍‌ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଭାରତରେ ପଢାଯାଉ

0 82

ଭୁବନେଶ୍ୱର,୬/୩ : ଋଷ୍‌ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୧ ଦିନରେ ପହଞ୍ଚଛି । ଅନେକ ଅଞ୍ଚଳ ଧ୍ୱଂସ ସ୍ତୂପରେ ପରିଣତ ହୋଇଗଲାଣି । ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ସରକାର ଅପରେସନ ଗଙ୍ଗା ଅଭିଯାନ ଜାରି ରଖିଛନ୍ତି । ହଜାର ହଜାର ଛାତ୍ରଛାତ୍ରୀ ଇତିମଧ୍ୟରେ ଫେରିଆସିଲେଣି । ସେମାନଙ୍କ ମଧ୍ୟରେ କେତେକ ଓଡ଼ିଆ ବିଦ୍ୟାର୍ଥୀ ମଧ୍ୟ ଅଛନ୍ତି । ଏମାନେ ମେଡିକାଲ ପାଠ ପଢିବା ପାଇଁ ସେଠାକୁ ଯାଇଥିଲେ । ଯେଉଁମାନେ ଫେରିଆସିଛନ୍ତି,ଦେଶରେ ସେମାନଙ୍କ ପାଠପଢା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ନିକଟରେ ଦାବି ରଖିଛନ୍ତି । ଏହି ମର୍ମରେ ସେ ପ୍ରଧାନମନତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖିଛନ୍ତି । ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ଦେଶର ଅନେକ ଛାତ୍ରଛାତ୍ରୀ ୟୁକ୍ରେନରୁ ଭାରତ ଫେରିଆସିଛନ୍ତି । ଏବେ ଏହି ୟୁକ୍ରେନ୍‌ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଭାରତରେ ପଢାଯାଉ । ଦେଶର ବିଭିନ୍ନ ମେଡିକାଲ କଲେଜରେ ସେମାନଙ୍କୁ ପାଠ ପଢିବାକୁ ସୁଯୋଗ ଦିଆଯାଉ । ଓଡିଶା ସରକାର ମଧ୍ୟ ଏ ଦିଗରେ କେନ୍ଦ୍ର ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 × one =