ଜିଲ୍ଳା କଂଗ୍ରେସର ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି

0 115

ନବରଙ୍ଗପୁର,୧୦/୧୦- ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଆସନ୍ତା ପଞ୍ଚାୟତ ନିର୍ବାଚନ ଉପଲକ୍ଷେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲାର ୧୦ ଗୋଟି ବ୍ଲକର ପ୍ରାୟ ସମସ୍ତ ବ୍ଲକ୍‌ କଂଗ୍ରେସ ସଭାପତି ଯୋଗ ଦେଇଥିଲେ । ଆସନ୍ତା ପଞ୍ଚାୟତ ନିର୍ବାଚନ ୨୦୨୨.ନିର୍ବାଚନ ଆୟୋଗ ଦ୍ୱାରା ପାରିତ ସଂରକ୍ଷଣ ଉପରେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ପ୍ରାୟ ସମସ୍ତ ବ୍ଲକ କଂଗ୍ରେସ ସଭାପତି ମାନେ ପାରିତ ହୋଇଥିବା ସଂରକ୍ଷଣକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ଉକ୍ତ ପାରିତ ସଂରକ୍ଷଣ ସରକାରଙ୍କୁ ସୁହାଇଲା ଭଳି ହୋଇଛି ବୋଲି ମତ ପୋଷଣ କରିଥିଲେ । ଏବଂ ଅନେକ ପଞ୍ଚାୟତରେ ପୂର୍ବଭଳି ସଂରକ୍ଷଣ ରହିଥିବା ଆଲୋଚନାରେ ମୁଖ୍ୟ ବିଷୟବସ୍ତୁ ପାଲଟିଥିଲା । ଅନେକଙ୍କ ମତରେ ନିର୍ବାଚନ ସଂରକ୍ଷଣ ପ୍ରକ୍ରିୟାକୁ ଦ୍ୱନ୍ଦରେ ପକାଇ ନିର୍ବାଚନକୁ ସଠିକ୍‌ ସମୟରେ ନ କରିବାକୁ ଏ ପ୍ରକାର ତାଲିକା ହୋଇଥିବା ମତବ୍ୟକ୍ତ କରିଥିଲେ । ଉପସ୍ଥିତ ଥିବା ସଦସ୍ୟଙ୍କ ମଧ୍ୟରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ଉପ ସଭାପତି ଶ୍ରୀ ସଦନ ନାୟକ, ଏଆଇସିସି ସଦସ୍ୟା ଶ୍ରୀମତୀ ମନିଷା ତ୍ରିପାଠୀ, ପୂର୍ବତନ ପିସିସି ସଭ୍ୟ ସରୋଜ ପାତ୍ର,ଜିଲ୍ଲା ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ପି ନାଗରତ୍ନାମା, ଜିଲ୍ଲା କଂଗ୍ରେସ ଉପ ସଭାପତି ଶ୍ରୀ ଧରମ ସିଂ, ଦଶଗୋଟିବ୍ଲକ୍ନ ସଭାପତି, କଂଗ୍ରେସ ସଭାପତି ଶ୍ରୀ ଉତ୍ତମ ତ୍ରିପାଠୀ, ପଞ୍ଚାୟତ ଅଧ୍ୟକ୍ଷ ଶ୍ରୀ ବଂଶୀଧର ମାଝୀ,ବାବୀ ଜେନା,ପ୍ରକାଶ ପଣ୍ଡା,ପାପ ଡାହାଣ୍ଡି ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଶ୍ରୀକାନ୍ତ ମିଶ୍ର,ଈଶ୍ୱର ମୀର୍ଗାନ,ପୂର୍ବତନ ଜୋନ ସଭାପତି ଆକବର ଖାଁ, ଜିଲ୍ଲା କଂଗ୍ରେସ ଉପ ସଭାପତି ଶ୍ରୀ ମେଘନାଦ ବିଶୋଇ, କଂଗ୍ରେସ ନେତା ଶ୍ରୀ ସୁବାସ ସୁର, ହାଣ୍ଡି ବ୍ଲକ କଂଗ୍ରେସ ସଭାପତି ଶ୍ରୀ ବୃନ୍ଦାବନ ତ୍ରିପାଠୀ, କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଶ୍ରୀ ପ୍ରଦୀପ ସାହୁ,କୁନା ପାଢ଼ୀ ଉପସ୍ଥିତ ରହି ନିର୍ବାଚନ ସଂରକ୍ଷଣ ନୀତିକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ । ଜିଲ୍ଲାରେ କଂଗ୍ରେସ ଦଳକୁ ସୁଦୃଢ କରି,ଏକ ମନ,ଏକ ପ୍ରାଣରେ ନିଜ ଦଳକୁ ଜିିତାଇ ଆଣିବାକୁ ସମସ୍ତେ ଦୃଢ଼ ପରିକର ହୋଇଥିଲେ ।

hiranchal ad1
Leave A Reply

Your email address will not be published.

12 + 16 =