ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

0 103

ନବରଙ୍ଗପୁର,୩/୭- ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ନବରଙ୍ଗପୁର ଶାଖା ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳ ଡକ୍ଟର କୋମଳ ଲୋଚନ ମିଶ୍ରଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ଦାବିପତ୍ରରେ ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗୀୟ ପ୍ରମୁଖ ସଚିବ ଓ ଅନୁସୂଚିତ ଜନଜାତି ଓ ଜାତି ବିଭାଗୀୟ ପ୍ରମୁଖ ସଚିବଙ୍କ ମିଳିତ ପତ୍ର ଅନୁଯାୟୀ ବର୍ତ୍ତମାନ ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଛାତ୍ରଛାତ୍ରୀ ମେସ ସାମଗ୍ରୀ ଯୋଗାଇବା ପାଇଁ ଆଦେଶ ହୋଇଛି । ଏଥିପାଇଁ ପ୍ରତ୍ୟେକ ବ୍ଲକର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଓ ମିଶନ ଶକ୍ତି କର୍ମଚାରୀ ମିଳିତ ଭାବେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀକୁ ଚୟନ କରିଛନ୍ତି । ଏହି ଚୁକ୍ତି ଅନୁଯାୟୀ ସ୍ୱୟଂ ସହାୟକ ଗୋଷ୍ଠୀମାନେ ରାସନ ସାମଗ୍ରୀ, ପନିପରିବା ଓ ପ୍ରସାଧାନ ସାମଗ୍ରୀ ବିଦ୍ୟାଳୟକୁ ଯୋଗେଇଦେବା ନିମନ୍ତେ ଉଲ୍ଲେଖ ଅଛି କିନ୍ତୁ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଅନ୍ୟାନ୍ୟ ଭାର ପ୍ରଧାନଶିକ୍ଷକ ଏବଂ ହଷ୍ଟେଲ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକ ଦାୟିତ୍ୱ ନେବାକୁ ହେବ କିନ୍ତୁ ସଙ୍ଘ ଚାହୁଁଛି ଯେ ହଷ୍ଟେଲର ସମସ୍ତ ଦାୟିତ୍ୱ ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରଦାନକଲେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦେଇପାରିବେ ବୋଲି ଦାବି ଜଣାଇଛନ୍ତି । ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ସଙ୍ଘର ସଭାପତି ସାଧୁରାମ ଭତ୍ରା, ସମ୍ପାଦକ ରଞ୍ଜନ କୁମାର ବେହେରା, ମିଡ଼ିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ, ଉପସଭାପତି କାଳିକିଙ୍କର ପଟ୍ଟନାୟକ, ଉପଦେଷ୍ଟା ସୁକାନ୍ତ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ଶୁଭେନ୍ଦୁ ବେହେରାଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

fourteen − three =