ଅଭିନବ ଢ଼ଙ୍ଗରେ ସାମୁହିକ ମୁଣ୍ଡନ ହୋଇ ପ୍ରତିବାଦ କଲା କଂଗ୍ରେସ

0 112

ନବରଙ୍ଗପୁର,୧୨/୧୧: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଡାକରାରେ ସାରା ଓଡ଼ିଶାରେ ୬ଘଣ୍ଟିଆ ବନ୍ଦ ହରତାଳ ପ୍ରଭାବରେ ଆଜି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିଠାରେ କଂଗ୍ରେସ ପକ୍ଷରୁ ଅଭିନବ ଉପାୟରେ ବନ୍ଦ ଓ ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଥିଲା । କଂଗ୍ରେସ କର୍ମୀମାନେ ସାମୁହିକ ମୁଣ୍ଡନ ହୋଇ ହରତାଳ କରିଥିଲେ । ହାଇକୋର୍ଟର ରୋକ୍‌ ସତ୍ୱେ ବହୁମାତ୍ରାରେ ପ୍ରଭାବ ଅନୁଭୂତ ହୋଇଛି । ଆଜକୁ ଏକ ମାସରୁ ଊର୍ଦ୍ଧ୍ୱ ସମୟ ହେବ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ ମହାଲିଙ୍ଗ ସନସାଇନ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ରହସ୍ୟବୃତ ହୋଇ ରହିଥିବାବେଳେ ଏଥିରେ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ଦାବି ହୋଇ ଆସୁଥିଲେହେଁ ସରକାର ତାଙ୍କୁ ଘଣ୍ଟ ଘୋଡାଇବାରେ ଯଥାସାଧ୍ୟ ଉଦ୍ୟମ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀଙ୍କୁ ସାବାସି ଦେଇ ନିଜ ପାଖରେ ଗୋଟିଏ ମଞ୍ଚରେ ବସାଇ ମନ୍ତ୍ରୀଙ୍କ ଭାଷଣକୁ ତାଳିମାରିବା ସହ ପରୋକ୍ଷରେ ଅପରାଧୀ ଓ ଅପରାଧକୁ ପ୍ରୋତ୍ସାହନ ଦେଉଛନ୍ତି ଏଭଳି ଅଭିଯୋଗ ଆଣି ଆଜି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ କଂଗ୍ରେସ କମିଟି ତରଫରୁ କର୍ମୀମାନେ ଅଭିନବ ଢଙ୍ଗରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଆଜି ସକାଳୁ କଂଗ୍ରେସ କର୍ମୀମାନେ ପିକେଟିଂ କରିବାସହ ଦୋକାନ ବଜାର ବନ୍ଦ କରିବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି । ଏହାବ୍ୟତୀତ ଅଭିନବ ଢ଼ଙ୍ଗରେ ପିସିସି ସମ୍ପାଦକ କ୍ଷେମରାଜ ବାଘଙ୍କ ନେତୃତ୍ୱରେ କର୍ମୀମାନେ ସାମୁହିକ ଭାବେ ମୁଣ୍ଡନ ହୋଇ ମମିତା ଆତ୍ମାର ସଦ୍‌ଗତି କାମନା ସହ ନ୍ୟାୟ ଦାବି କରିଛନ୍ତି । ଏହି ମୁଣ୍ଡନ କାର୍ଯ୍ୟକ୍ରମରେ ନିଜେ ପିସିସି ସମ୍ପାଦକ କ୍ଷେମରାଜ ବାଘଙ୍କ ସମେତ ବହୁ କଂଗ୍ରେସ କର୍ମୀ ମୁଣ୍ଡନ ହୋଇଥିଲେ । ଏହାବ୍ୟତୀତ ଜିଲ୍ଲା ସଦର ମହକୁମାରେ ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ଓ ପୂର୍ବତନ ବିଧାୟକ ସଦନ ନାୟକ ଓ କିଛି କର୍ମୀ କଂଗ୍ରେସ ଅଫିସ ଆଗରେ ବସିରହି ପ୍ରତିବାଦ କରଥିିବା ଦେଖାଯାଇଥିଲା ।

hiranchal ad1
Leave A Reply

Your email address will not be published.

eleven + 12 =