ସୁପ୍ରିମକୋର୍ଟ ଜଜ୍‌ଙ୍କ ଦ୍ୱାରା ଭର୍‌ଚୁଆଲ କୋର୍ଟ ଓ ସୁରକ୍ଷିତ ସାକ୍ଷ୍ୟ ଗ୍ରହଣ କେନ୍ଦ୍ର ଉଦଘାଟିତ

0 74

ନବରଙ୍ଗପୁର,୨/୪ – ସୁପ୍ରିମକୋର୍ଟର ବିଚାରପତି ତଥା ଇ-କମିଟି ଅଧ୍ୟକ୍ଷ ନ୍ୟାୟମୁର୍ତ୍ତୀ ଡି. ୱାଇ. ଚନ୍ଦ୍ରଚୁଡ ଆଭାଷୀ (ଭର୍‌ଚୁଆଲ) ମାଧ୍ୟମରେ ଆଜି ନବରଙ୍ଗପୁର ଜିଲ୍ଲାକୋର୍ଟ ପରିସରରେ ଭର୍‌ଚୁଆଲ କୋର୍ଟ ରୁମ୍‌, ସୁରକ୍ଷିତ ସାକ୍ଷ୍ୟ ଗ୍ରହଣ କେନ୍ଦ୍ର ଓ ସାକ୍ଷୀ ପ୍ରତୀକ୍ଷା ଗୃହର ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ତାଙ୍କ ଉଦଘାଟନୀ ଅଭିଭାଷଣରେ କହିଥିଲେ ଯେ, ଏହି କେନ୍ଦ୍ର ଦ୍ୱାରା ମହିଳା, ନାବାଳକ ସାକ୍ଷୀମାନଙ୍କ ସହ ସାକ୍ଷ୍ୟ ପ୍ରଦାନ ପାଇଁ ପ୍ରତିପକ୍ଷଙ୍କ ଠାରୁ ଭୟ କିମ୍ବା ଧମକ ପାଉଥିବା ସାକ୍ଷୀମାନେ ନିର୍ଭୟର ସହ ସାକ୍ଷ୍ୟ ପ୍ରଦାନ କରିପାରିବେ । ଫଳରେ ମାମଲା ଗୁଡ଼ିକର ଅବାଧ ବିଚାରଣା ହେବା ସଙ୍ଗେ ସଙ୍ଗେ ଜନ ସାଧାରଣ ଉଚିତ ନ୍ୟାୟ ପାଇପାରିବେ । ପ୍ରାରମ୍ଭରେ ହାଇକୋର୍ଟ ବିଚାରପତି ବିଶ୍ୱଜିତ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ । ସୁପ୍ରିମକୋର୍ଟ ଇ-କମିଟି ଉପାଧ୍ୟକ୍ଷ ଆର୍‌.ସି.ଚଭନ, ସୁରକ୍ଷିତ ସାକ୍ଷ୍ୟ ଗ୍ରହଣ କେନ୍ଦ୍ରର ଅଧ୍ୟକ୍ଷା ଗୀତା ମିତ୍ତଲ, ଓଡିଶା ଉଚ୍ଚ଼ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡଃ ଏସ୍‌. ମୁରଲିଧର ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ତଥା ସୁରକ୍ଷିତ ସାକ୍ଷ୍ୟ ଗ୍ରହଣ କେନ୍ଦ୍ରର ସଦସ୍ୟ ନ୍ୟାୟମୂର୍ତ୍ତୀ ଶ୍ରୀ ବିଭୁ ପ୍ରସାଦ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । କଟକ ଜୁଡିସିଆଲ ଏକାଡେମୀ ଠାରେ ହୋଇଥିବା ଏହି ଉଦଘାଟନୀ ସମାରୋହରେ ଅନ୍ୟ ବିଚାରପତିମାନେ ଉପସ୍ଥିତ ଥିଲେ । ନବରଙ୍ଗପୁର ଜିଲ୍ଲା ଓ ଦୌରାଜଜ୍‌ ଶ୍ରୀ ସଞ୍ଜୀବ ଦୁବେ, ଅତିରିକ୍ତ ଜିଲ୍ଲା ଜଜ୍‌ ପ୍ରଣତି ସାହା, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ସୁଦାମ ଚରଣ ଦାସ, ରେଜିଷ୍ଟ୍ରାର ଅପର୍ଣ୍ଣା ମହାପାତ୍ର, ବରିଷ୍ଠ ଦେୱାନୀ ବିଚାରପତି ଅନ୍ନପୂର୍ଣ୍ଣା ନାୟକ, ଏସ୍‌ ଡି ଜେ ଏମ୍‌ ପ୍ରିୟରଞ୍ଜନ ଓଝା, ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପ ସଭାପତି ବିଧୁ ଶେଖର ତ୍ରିପାଠୀ, ଆଇନଜୀବୀ ସୁରଜ କୁମାର ନାୟକଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

5 × 2 =