ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ

0 173

ନନ୍ଦାହାଣ୍ଡି,୧୬/୮: ନନ୍ଦାହାଣ୍ଡି ବ୍ଲକ ଠାରେ ନବରଙ୍ଗପୁର ଜିଲ୍ଳାପାଳଙ୍କ ଦ୍ୱାରା ବ୍ଳକସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହିି ଜନଶୁଣାଣିରେ ମୋଟ ୪୦ ଗୋଟି ଅଭିଯୋଗର ଶୁଣାଣି ହୋଇଥିବାବେଳେ ୩୫ ଗୋଟି ବ୍ୟକ୍ତିଗତ ଓ ୫ ଗୋଟି ସାମୁହିକ ଅଭିଯୋଗର ଶୁଣାଣି କରିଥିଲେ ଜିଲ୍ଳାପାଳ ଡ଼. କମଳ ଲୋଚନ ମିଶ୍ର । ଘର, ମନରେଗା, ସିଏସି, ଏସ ଏଫ ସି, ବିବାହ ପ୍ରମାଣ ପତ୍ର, ମୋ ସ୍କୁଲ, ଡ୍ରେନ, ମିଶନ ଶକ୍ତି ଓ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟର ଲୋକମାନେ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ଲୋକମାନେ ବିଭିନ୍ନ ସମସ୍ୟାକୁ ଜିଲ୍ଳାପାଳଙ୍କ ନିକଟରେ ଅଭିଯୋଗ କରିଥିବବେଳେ ଏହିସବୁ ସମସ୍ୟାର ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ୧୦ ଗୋଟି ହ୍ୱିଲଚେୟାର, ୨ ଗୋଟି ସାଇକେଲ, ଗୋଟିଏ କ୍ଳଚ, ଦୁଇଟି ବାଙ୍କୁଲି ବାଡ଼ି ଭିନ୍ନକ୍ଷମ ହିତାଧିକାରୀ ପ୍ରଦାନ କରାଯାଇଛି । ଟ୍ରେନରେ ଗୋଡ କଟିଯାଇଥିବା ଲୋକକୁ ଚିକିତ୍ସାର ପାଇଁ ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲପାଳ । ଏଥିରେ ନବରଙ୍ଗପୁର ଏସ ପି. ଏସ୍‌ ସୁଶ୍ରୀ, ଜିଲ୍ଲା ପରିଷଦ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରତ୍ନାକର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ହଳଧର ନିଆଲ, ଜିଲ୍ଲାର ସମସ୍ତ ଅଧିକାରୀ, ବ୍ଲକ ଚେୟାରମ୍ୟାନ, ଜିଲ୍ଳା ପରିଷଦ, ସମସ୍ତ ସରପଞ୍ଚ,ନନ୍ଦାହାଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଫୁଲ କୁମାର କଅଁର, ସହ ତହସିଲଦାର ହିମାଂଶୁ ଶେଖର ନାୟକ ଏମପି. ପ୍ରତିନିଧି ସୁନୀଲ ସାହୁ,ଏମ଼ ଏଲ. ଏ ପ୍ରତିନିଧି ଦୟାନିଧି ବିଷୋୟୀଙ୍କ ସମେତ ସମସ୍ତ ବ୍ଳକ ଅଧିକାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

20 + 7 =