ନୋଡାଲ ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିସ୍କାର ଅଭିଯାନ

0 71

ଦେବଗଡ : ବାରକୋଟ ବ୍ଲକ ଡଁରା ପଞ୍ଚାୟତ ସମିତି ନୋଡାଲ ଉଚ୍ଚ ବିଦ୍ୟାଳୟରେ ସୋମବାର ଦିନ ପ୍ରାୟ ୨ଟା ଯାଏଁ ରାଷ୍ଟ୍ରୀୟ ଆବିସ୍କାର ଅଭିଯାନ ୨୦୨୪ ଅନ୍ତର୍ଗତ ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାର ସୂଚନା ମିଳିଛି। ଏଥିରେ ବାରକୋଟ ବ୍ଲକର ୧୭ ଟି ସାଧନା କେନ୍ଦ୍ରରୁ ୭୫ ଜଣ ଛାତ୍ରଛାତ୍ରୀ ଉପକନିଷ୍ଠ ବର୍ଗ ଓ ୨୫ ଜଣ ଛାତ୍ରଛାତ୍ରୀ କନିଷ୍ଠ ବର୍ଗରେ ଭାଗ ନେଇଥିଲେ। ଉଭୟ ବର୍ଗରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ପ୍ରତିଯୋଗି ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।

hiring

ବାରକୋଟ ଗୋଷ୍ଠି ଶିକ୍ଷା ଅଧିକାରିଣୀ ଗାୟତ୍ରୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପାତ୍ର ଏବଂ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଅଭିନ୍ନ ଚନ୍ଦ୍ର ପାଇକରାୟ, ଡଁରା ପଞ୍ଚାୟତ ସମିତି ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ମାଧବ ଚନ୍ଦ୍ର ବିଶ୍ୱାଳ, ଭୋବେସ କୁମାର ସୁହୁଳା ଏବଂ ମୁଖ୍ୟବକ୍ତା ଭାବେ ବିଜୟନଗର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଇନ୍ଦ୍ରମଣୀ ସାମଲ ମଞ୍ଚାସିନ ରହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ସୂଚନା ଅନୁସାରେ ରମାକାନ୍ତ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ସ୍ୱରୂପ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱାଗତ ସଙ୍ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବାରକୋଟ ବ୍ଲକ ଅନ୍ତର୍ଗତ ସମସ୍ତ ସାଧନ କେନ୍ଦ୍ର ସଂଯୋଜକ ଓ ଗୋଷ୍ଠି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କର୍ମଚାରୀ ଓ ଶିକ୍ଷକ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × 3 =