ନୂଆପଡ଼ା,୯/୧୦:- ନୂଆପଡ଼ା ଜିଲ୍ଲା ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ତରଫରୁ ଦ୍ୱିତୀୟ ପର୍ଯ୍ୟାୟ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଖଡିଆଳ ବ୍ଲକ ଜିଲ୍ଲା ପରିଷଦ ଜୋନ ନଂ ୬ର ଚିଚେର ଗ୍ରାମରୁ ଆରମ୍ଭହୋଇ ତୋରଲି, ନେହେନା ଓ ବିଛନାପାଲି ଗ୍ରାମରେ ଦଳୀୟନେତା ଲମ୍ବୋଦର ନିଆଲଙ୍କ ନେତୃତ୍ୱରେ ଜନସଂପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଲୋକମାନଙ୍କୁ ସଚେତନ କରାଯାଇ ତାହାର ଲାଭ କେମିତି ପାଇପାରିବେ ସେନେଇ ଅବଗତ କରାଯାଇଥିଲା । ଏହି ଜନସଂପର୍କ ପଦଯାତ୍ରାରେ ସମସ୍ତ ଦଳୀୟ ନେତୃବର୍ଗ ଜିଲ୍ଲା ପରିଷଦ ସଭ୍ୟସଭ୍ୟା ଓ କାର୍ଯ୍ୟକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟ ମାଲ୍ୟବନ୍ତ ସୁନା, ଚିତ୍ତରଞ୍ଜନ ବେହେରା, ତନୟା ଶବର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟା ମନ୍ଦାକିନୀ ବଘେଲ, ନୂଆପଡା ଜିଲ୍ଲା ପରିଷଦ ଅଧକ୍ଷା ଡଲି ମାଝି, ଜିଲ୍ଲା ସଭାନେତ୍ରୀ ସରସ୍ୱତୀ ବାଗ, ପୁଷ୍ପାଞ୍ଜଳି ପାଣ୍ଡେ, ସେଫାଲି ସଲମା, ଅନିତା ବାରିକ, ପୁଷ୍ପାଞ୍ଜଳି ଦଣ୍ଡସେନା, ସରୋଜିନୀ ଛତ୍ରିଆ ସାଧବୀ ସିଂ ଦେଓ, ୟାସିନ ମହମ୍ମଦ, ଅମିତ ସିଂ ଦେଓ, ମନୋଜ ଦୀପ, ବାରିଦ ସୁନା, କୈଳାସ କାଣ୍ଡି, ଯୋଗେନ୍ଦ୍ର ପାଣ୍ଡେ, ରାହୁଲ ବର୍ମା, ଲୋକନାଥ ଛତ୍ରିଆ, ଅଭିଷେକ ଜଗତ, ଅଭିଲାଷ ଗୁଆଲ, ନିକୁଞ୍ଜ ମହାଉତି, ବିକ୍ରମ ମାଝି, ରିଖିରାମ ସଲମା, ସନ୍ତୋଷ ବିଶି,ଦୁର୍ଜନ ନାଗ, ସଚି ଚଲାନ, ଭୋଲା ନାଗ, କୃଷ୍ଣଚନ୍ଦ୍ର ଦାସ, ଲବ ଦଣ୍ଡସେନା, ଚୈତନ୍ୟ ମାଝି, ପ୍ରଶାନ୍ତ ସାଗର, ରୁମାଞ୍ଚନ ବାଗ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।