ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଦାବିପତ୍ର ପ୍ରଦାନ କଲା ବିଜେପି

0 88

ନୂଆପଡ଼ା,୪/୯- ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ରାଜ୍ୟବ୍ୟାପି ଆନ୍ଦୋଳନ ମୁତାବକ ପ୍ରଥମ ପର୍ଯ୍ୟାୟରେ ସମସ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଘେରାଉକରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ ପାଇଁ ହୋଇଥିବା ନିଷ୍ପତ୍ତି ମୁତାବକ ନୂଆପଡା ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି । ଜିଲ୍ଲା ବିଜେପି ସଭାପତି ସୁବ୍ରତ କୁମାର ଠାକୁରଙ୍କ ନେତୃତ୍ୱରେ କେନ୍ଦୁମୁଣ୍ଡା ଗ୍ରାମ ପଞ୍ଚାୟତକୁ ଶତାଧିକ କାଯକର୍ତ୍ତା ଓ ଜନସାଧାରଣ ଘେରାଉକରି ନିଜର ହକ୍‌ ଦାବୀ ହାସଲ ପାଇଁ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ଓ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ଦେବା, ଭତ୍ତାରୁ ବଞ୍ଚିତ ବୃଦ୍ଧ, ବୃଦ୍ଧା ଓ ବିଧବାଙ୍କ ପାଇଁ ଭତ୍ତା, ରାସନକାର୍ଡ ପାଇନଥିବା ବ୍ୟକ୍ତିଙ୍କୁ ତୁରନ୍ତ ପ୍ରଦାନ, ପଞ୍ଚାୟତକୁ ପ୍ରଦତ୍ତ ଅର୍ଥ ଓ କ୍ଷମତାକୁ ହରଣଚାଲ ତଥା ହସ୍ତକ୍ଷେପ କରି ଦିଆଯାଇଥିବା ୫୦ ଲକ୍ଷ ଟଙ୍କାକୁ ବିନା ପଲ୍ଲୀ ଓ ଗ୍ରାମସଭାରେ ଖର୍ଚ୍ଚକରି ବିଜେଡି ଠିକାଦାର ପାଳନ ପାଇଁ ଷଡଯନ୍ତ୍ର ବିରୁଦ୍ଧରେ,୨୦୧୯ ଓ ୨୦୨୧ର ବକେୟା କୃଷି ବୀମା ପ୍ରଦାନ, ଟାଟା କମ୍ପାନୀର ଦୌରାତ୍ମ୍ୟ ଚଢା ବିଦ୍ୟୁତ ବିଲ୍‌, ଅବହେଳିତ ନିର୍ମାଣ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସୁବିଧା ସୁଯୋଗ ହାସଲ, ଶ୍ରମିକଙ୍କ ବକେୟା ମନରେଗା ପାଉଣା ପ୍ରଦାନ, ମନରେଗା କାମରେ ହେଇଥିବା ଦୁର୍ନୀତିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ, ପଞ୍ଚାୟତର ଅନ୍ୟାନ୍ୟ ପ୍ରମୁଖ ଦାବିରେ ଏହି ଘେରାଉ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ମଣ୍ଡଳ ସଭାପତି ନରହରି ହଂସ, ପ୍ରେମସିନ୍ଧୁ ହେର୍ଣ୍ଣା, ଦୁର୍ଗା ସିଂ ମାଝି, ଭଗତ ଖରସେଲ, ବିହାରୀ ଖସେଲ, ଦାମୁ ଚିନ୍ଦ ।,କାମ ହଂସ, ଗୋଲାପୀ ରଣା, ମେହେମୁଦ ଖାଁ, ତରୁଣ ମାଝି,ଟିକେ ଲାଲ ଗହୀର, କିଶୋର ବାଗ ପ୍ରମୁଖଙ୍କ ସମେତ ଅଞ୍ଚଳର ଶତାଧିକ ମହିଳା ପୁରୁଷ ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ଆଗାମୀ ୧୫ଦିନ ଭିତରେ ଦାବୀ ପୂରଣ ନହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଶ୍ରୀ ଠାକୁର ଚେତାବନୀ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

eighteen + 8 =