ସର୍ବଓଡିଶା ଅଣ ସରକାରୀ କଲେଜ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ

0 47

ନୂଆପଡା,୨୫/୨- ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ୱଂୟଶାସିତ ମହାବିଦ୍ୟାଳୟ ପରିସର ମଧ୍ୟରେ ସର୍ବ ଓଡିଶା ଅଣ ସରକାରୀ କଲେଜ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡ଼ିଶା ଶିକ୍ଷା କମିଟି ଅଧ୍ୟକ୍ଷ ଭୁପେନ୍ଦ୍ର ସିଂ ଯୋଗଦାନ କରି ଶିକ୍ଷକ ଅଧ୍ୟାପକ ଅଧ୍ୟାପିକାଙ୍କ ସମସ୍ୟା ସମାଧାନ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଆହ୍ୱାନ କରିଥିଲେ । ଦୀର୍ଘଦିନରୁ ଶିକ୍ଷା ପ୍ରଦାନ କରି ଆସୁଥିବାବେଳେ ସରକାରଙ୍କ ପକ୍ଷରୁ ଅଧ୍ୟାପକ ଅଧ୍ୟାପିକାଙ୍କ ସମୟ ମଧ୍ୟ ଗୁରୁତ୍ୱ ଦେବ ବୋଲି ଭୁପେନ୍ଦ୍ର ସିଂ ପ୍ରକାଶ କରିଛନ୍ତି । ବୈଠକରେ ସଙ୍ଘ ସଭାପତି ହରେନ୍ଦ୍ର ପଣ୍ଡା, ଖଡ଼ିଆଳ କଲେଜ ଅଧକ୍ଷ ଡ଼ଃ.ତରୁଣ ପ୍ରଧାନ, ସଂଘ ଉପସଭାପତି ଡ଼ଃ.ଏସ.ପାଣିଗ୍ରାହୀ, ସାଧାରଣ ସମ୍ପାଦକ ପି.କେ. ତ୍ରିପାଠୀ, ଯୁଗ୍ମ- ସମ୍ପାଦକ ଡ଼ଃ.ଏ.ସୁପକାର ପ୍ରମୁଖ ମଞ୍ଚାସୀନ ହୋଇଥିବାବେଳେ ଗୀତାଶ୍ରୀ ପ୍ରିୟମ୍ବଦା ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲାର ୫ଗୋଟି ବ୍ଲକର ସମସ୍ତ କଲେଜ ଅଧ୍ୟାପକ/ଅଧ୍ୟାପିକା ମାନେ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

seven + eleven =