ଧାନ ମଣ୍ଡି ଉଦଘାଟିତ

0 63

ସିନାପାଲି,୨୭/୫:- ନୂଆପଡା ଜିଲ୍ଲାରେ ରବି ଧାନ ବିକ୍ରୟ ପାଇଁ ମଣ୍ଡି ଉଦଘାଟିତ ହୋଇଯାଇଛି । ଖଡ଼ିଆଳ, ସିନାପାଲି, କୋମନା ଓ ବୋଡେ଼ନ ବ୍ଲକରେ ମଣ୍ଡି ଖୋଲିଥିବା ବେଳେ ନୂଆପଡା ବ୍ଲକରେ ଆରମ୍ଭ ହୋଇନାହିଁ । ଜିଲ୍ଳାରେ ମୋଟ ୨୬ ପେକ୍ସ ଅଧୀନରେ ୩୪ ଟି ମଣ୍ଡି ଖୋଲିବାକୁ ଥିବାବେଳେ ୮୫୩୪ ଚାଷୀ ପଞ୍ଜିକରଣ ପାଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୮୨୨୪ ଚାଷୀ ପଞ୍ଜିକୃତ ହୋଇଛନ୍ତି । ଜିଲ୍ଲାରେ ମୋଟ ଚାରି ଲକ୍ଷ ତେସ୍ତରୀ ହଜାର କ୍ୱିଣ୍ଟାଲ ଧାନ କିଣାଯିବାର ଲକ୍ଷ୍ୟ ରହିଥିବା ସି ଏସ ଓ କହିଛନ୍ତି । ଜିଲ୍ଲାର ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ରବି ଧାନ ବିକ୍ରୟ ପାଇଁ ମଣ୍ଡିର ଶୁଭାରମ୍ଭ କରାଯାଇଥିବା ବେଳେ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାର ଉଦଘାଟନ କରି ଚାଷୀମାନେ ଠିକ ସମୟରେ ଧାନ ବିକ୍ରିକରି ଠିକ ସମୟରେ ଟଙ୍କା ପାଇପାରିବେ ବୋଲି କହିଥିଲେ । ପେକ୍ସ ସଭାପତି ସତ୍ୟ ମୁଣ୍ଡ, ସମ୍ପାଦକ ଭାଗିରଥି ପଟେଲଙ୍କ ସମେତ ଚାଷୀମାନେ ଯୋଗଦେଇ ଉଦଘାଟନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ମଣ୍ଡିରେ ୩ଟି ଗ୍ରାମ ପଂଚାୟତ ଯଥା ଖୁଦପେଜ, ସାନ ମହେଶ୍ୱର ଓ ବରଗାଁ ର ୯୬୩ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଥିବାବେଳେ ୬୦ ହଜାର କ୍ୱିଣ୍ଟାଲ ଧାନ ବିକ୍ରୟ ପାଇଁ ଧାର୍ଯ୍ୟ କରାଯାଇଛି । ଦରକାର ପଡ଼ିଲେ ଅଧିକ ଧାନ ବିକ୍ରୟ ପାଇଁ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି । ଆଜି ଦୁଇହଜାର କ୍ୱିଣ୍ଟାଲ ବିକ୍ରି ପାଇଁ ଆସିଥିବା ବେଳେ ଜଣେ ମାତ୍ର ଚାଷୀ ୬୫ କ୍ୱିଣ୍ଟାଲ ଧାନ ଆଣିଛନ୍ତି । ବରଗାଁ ପେକ୍ସ ଅଧୀନରେ ଏହି ମଣ୍ଡି ଚାଲୁଥିବା ବେଳେ ବଂଶଲ ମିଲର୍ସ ଡୁମେର ବାହାଲ ଧାନ କିଣିବା ଅଧିକାର ପାଇଛନ୍ତି । ଅନ୍ୟପକ୍ଷରେ ଚାଷୀ ମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଅଧିକ ଜମି ଥିଲେ ସୁଦ୍ଧା ସେମାନଙ୍କୁ କମ ପରିମାଣ ବିକ୍ରି କରିବା ପାଇଁ ଆସିଛି । ଏନେଇ ନୂଆପଡା ସି ଏସଓ ଜି. ପ୍ରଭାକର ପାତ୍ରଙ୍କୁ ପଚାରିବାରୁ ଏହି ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି । କାଳବୈଶାଖିକୁ ଦୃଷ୍ଟିରେ ରଖି ଆନୁଷଙ୍ଗିକ ସୁବିଧା ସୁଯୋଗ କରିବାକୁ ଚାଷୀମାନେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

16 − 9 =