ଅଗ୍ନିକାଣ୍ଡରେ ଜଳିଗଲା ହୋଟେଲ, ଲକ୍ଷାଧିକ ଟଙ୍କାର ସଂପତ୍ତି ଜଳି ପାଉଁଶ

0 197

ବାଲିଗୁଡ଼ା,୨୭/୫:- କନ୍ଧମାଳ ଜିଲ୍ଲା କ.ନୂଆଗାଁ ହନୁମାନ ମନ୍ଦିର ନିକଟରେ ଥିବା କୁନା ହୋଟେଲରେ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସଂପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ହୋଟେଲ ଆଜି ବନ୍ଦ ଥିବା ବେଳେ ସନ୍ଧ୍ୟା ପ୍ରାୟ ୫ଟା ସମୟରେ କୌଣସି କାରଣରୁ ହୋଟେଲରେ ନିଆଁ ଲାଗିଯାଇଥିଲା । ଖବରପାଇ ହୋଟେଲ ମାଲିକ ଏବଂ ଅଞ୍ଚଳବାସୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବାସହ ବାଲିଗୁଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ସ୍ଥାନୀୟ ଲୋକମାନେ ନିଜ ଉଦ୍ୟମରେ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ଇଲେକ୍ଟ୍ରି ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି କିନ୍ତୁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାବତ୍‌ ସ୍ପଷ୍ଟ ହୋଇପାରିନାହିଁ । ଅଗ୍ନିକାଣ୍ଡରେ ହୋଟେଲରେ ଥିବା ରେଫ୍ରିଜିରେଟର, ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ଜଳି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ସେପଟେ କ୍ଷତିଗ୍ରସ୍ତ ହୋଟେଲ ମାଲିକ ଅସହାୟ ଅବସ୍ଥାରେ ଥିବାବେଳେ ଦମକଳ ବାହିନୀ ବିଳମ୍ବରେ ପହଞ୍ଚିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × five =