ଜନସଂଖ୍ୟା ସମାଧାନ ଫାଉଣ୍ଡେସନର କେନ୍ଦ୍ରୀୟ ସଭାପତିଙ୍କ ମରଣାନ୍ତକ ଆକ୍ରମଣକୁ ପ୍ରତିବାଦ କରି ରାଜରାସ୍ତାକୁ ଉହ୍ଲାଇବ ଓଡ଼ିଶା ଶାଖା

0 127

ଭୁବନେଶ୍ୱର:ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସବୁ ଦମ୍ପତିଙ୍କ ପାଇଁ ଦୁଇଟି ସନ୍ତାନ ଜନ୍ମ ଦେବା ବାଧ୍ୟତା ମୂଳକ ଆଇନ ସଂସଦରେ ପ୍ରଣୟନ ଦାବି କରି ଜନସଚେତନତା ପାଇଁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ରାଷ୍ଟ୍ରୀୟ ସଭାପତି ଅନିଲ ଚୌଧୁରୀ ଗତ ଡ଼ିସେମ୍ବର ଚାରି ତାରିଖ ଦିନ ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରୁ ରଥଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ସଚେତନ ରଥଯାତ୍ରା ଉତ୍ତରପ୍ରଦେଶର୬୬ ଟି ଜିଲ୍ଲା ପରିକ୍ରମଣ କରି ଆସନ୍ତା ୨୮ ତାରିଖରେ ଅଯୋଧ୍ୟାରେ ସମାପ୍ତ ହେବ ।
ମାତ୍ର ଗତକାଲି ୨୪ ତାରିଖରେ ଆଜମେର ଜିଲ୍ଲାର କାଲପର ପୁଟି ସାଇବର ଥାନା ନିକଟରେ କିଛି ଅସାମାଜିକ ତତ୍ତ୍ଵ ଏକା ଧିକ ଗାଡ଼ିରେ ପହଞ୍ଚି ଆକସ୍ମିକ ଭାବରେ ଆକ୍ରମଣ କରି ଦେଇଥିଲେ । ଦୂର୍ବୁତ୍ତମାନଙ୍କ ଆକ୍ରମଣରେ ରଥ ସମେତ ଆଠୋଟି ଚାରିଚକିଆ ଗାଡ଼ି ସମ୍ପୂର୍ଣ ଧ୍ବସ୍ତ ହୋଇଯାଇଥିଲା । ସେମାନଙ୍କ ଆକ୍ରମଣରେ ସଭାପତି ଅନିଲ ଚୌଧୁରୀଙ୍କ ମୁଣ୍ଡ ଫାଟି ଯିବା ସହ ଗୋଡ଼ ଭାଙ୍ଗି ଯାଇଥିଲା ।। ଶ୍ରୀ ଚୌଧୁରୀଙ୍କ ସାଙ୍ଗରେ ଥିବା କେନ୍ଦ୍ରୀୟ ସାଧାରଣ ସମ୍ପାଦକ ସୁନିଲ ଶର୍ମାଙ୍କ ସମେତ ଆଠ ଜଣ ସମର୍ଥକ ଗୁରୁତର ହୋଇ ଆଜମେର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏସବୁ ଘଟଣା ପୋଲିସ ଉପସ୍ଥିତିରେ ହେଉଥିଲେ ମଧ୍ୟ ପୋଲିସ ସମ୍ପୂର୍ଣ ନୀରବ ଥିଲା ।
ସଭାପତି ଅନିଲ ଚୌଧୁରୀ ଙ୍କ ଆକ୍ରମଣ କାରୀଙ୍କୁ ଗିରଫ ନ ହେବା ପର୍ଯ୍ୟନ୍ତ ସମଗ୍ର ଭାରତ ବର୍ଷରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ବ୍ୟାପକ ଗଣ ଆନ୍ଦୋଳନ କରାଯିବ । ଓଡ଼ିଶାରେ ମଧ୍ୟ ପୁରପଲ୍ଲୀରେ ଏହି ଆନ୍ଦୋଳନକୁ ଜୋରଦାର କରାଯିବ । ଆକ୍ରମଣକାରୀ କାରିଙ୍କୁ ଗିରଫ ଦାବି କରି ଓଡ଼ିଶା ସମେତ ରାଜ୍ୟପାଳ ଭବନ ଘେରାଉ କରାଯିବ ।। ଆବଶ୍ୟକ ପଡିଲେ ରାଜ୍ୟ ସଭାପତି ବିପିନ ବିହାରୀ ଦାସଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳ ଉତ୍ତର ପ୍ରଦେଶ ଯାଇ ମୁଖ୍ୟମନ୍ତ୍ରୀ ଆଦିତ୍ୟ ନାଥ ଯୋଗୀଙ୍କୁ ସାକ୍ଷାତ କରି ଆସାମୀମାନଙ୍କୁ ଗିରଫ କରାଯିବା ପାଇଁ ଦାବି କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ବିପିନ ଦାସ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

nineteen + four =