ବୌଦ୍ଧରେ ଓଡ଼ିଶା ସାହିତ୍ୟ ଏକାଡେମୀର ସାରସ୍ୱତ ସମାବେଶ

0 269

ବୌଦ୍ଧ ଜିଲ୍ଲା ସଦର ମହକୁମା ଟାଉନହଲ ଠାରେ ଓଡ଼ିଆ ସାହିତ୍ୟ ଏକାଡେମୀର ଏକ ଦିବସୀୟ ସାରସ୍ୱତ ଆସର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଛି । ଏହି ସାରସ୍ୱତ ସମାବେଶକୁ କନ୍ଧମାଳ ସାଂସଦ ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ସାମଲ ଉଦ୍‌ଘାଟନ କରିଛନ୍ତି ।

hiring

ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଅକ୍ଷୟ କୁମାର ରାଉତ, ବିଶିଷ୍ଟ କଥାକାର ବୈରାଗୀ ଚରଣ ପଟ୍ଟନାୟକ, ଗବେଷକ ଏବଂ ଅଧ୍ୟାପକ ପ୍ରତାପ ରଥ, ବୌଦ୍ଧ ଜିଲ୍ଲା କଲଚରାଲ ଏକାଡେମୀର ସଭାପତି ଧ୍ରୁବ ଚରଣ ଘିବେଲା, ପ୍ରଗଳ୍ଭ ଐତିହାସିକ ହାଡିବନ୍ଧୁ ମହାକୁଡ଼ ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ କାର୍ତ୍ତିକେଶ୍ୱର ନାୟକ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ନବ କିଶୋର ଦୀପଙ୍କ ସଂଯୋଜନାରେ ଏକ କବିତା ପାଠର ଆୟୋଜନ କରାଯାଇଥିଲା । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ ବୌଦ୍ଧ ଜିଲ୍ଲାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା କଲଚରାଲ ଏକାଡେମୀର ମିଳିତ ଆନୁକୂଲ୍ୟରେ, ଏଭଳି ସାରସ୍ୱତ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଏହି ଅବସରରେ ଅତିଥିମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରାବନ୍ଧିକ ଓ କବିଙ୍କୁ ସମ୍ମାନିତ କରିଥିଲେ।

hiranchal ad1
Leave A Reply

Your email address will not be published.

12 − four =