ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

0 88

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି, ବାଲ୍ୟ ବିବାହ ଟାସ୍କ ଫୋର୍ସ ଇତ୍ୟାଦିର କାର୍ଯ୍ୟକ୍ରମ ଉପରେ ବିଶେଷ ଆଲୋଚନା କରାଯାଇଥିଲା । ସୁବର୍ଣ୍ଣପୁର ଜିଲ୍ଲାରେ ଏକ୍ସନ ଏଡ଼ ଓ ଜିଲ୍ଳା ପ୍ରଶାସନ ମିଳିତ ସହଯୋଗରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ନିରାକରଣ ନିମନ୍ତେ ପ୍ରଥମ କରି କିଶୋରୀ ବାଳିକା ମାନଙ୍କୁ ନେଇ ବାଲ୍ୟ ବିବାହ ପ୍ରତିରୋଧ ମଂଚ ଗଠନ କରାଯାଇଛି । ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଆସନ୍ତା ୩ ମାସ ମଧ୍ୟରେ ଜିଲ୍ଲାର ପ୍ରତ୍ୟେକ ସ୍କୁଲରେ ସପ୍ତାହର ପ୍ରତ୍ୟେକ ଶୁକ୍ରବାର ଓ ଶନିବାର ଦିନ ବିଭିନ୍ନ ବିଭାଗର ମିଳିତ ସହଯୋଗରେ ପାଠ ପଢ଼ୁଥିବା ଓ ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀ ଏବଂ ତାଙ୍କର ଅଭିଭାବକମାନଙ୍କ ସହ ଜିଲ୍ଳା ପ୍ରଶାସନ ତରଫରୁ ଉପଯୁକ୍ତ ଶିକ୍ଷା ପ୍ରଦାନ, ବାଲ୍ୟ ବିବାହ ପ୍ରତିରୋଧ ଓ ବ୍ୟବହାରିକ ଜ୍ଞାନ ଉପରେ ପରାମର୍ଶ ପ୍ରଦାନ କରାଯିବ । ପୁନଶ୍ଚ କାର୍ଯ୍ୟକ୍ରମକୁ ଆହୁରି ଲୋକାଭିମୁଖୀ ଓ ବ୍ୟାପକ କରିବା ନିମନ୍ତେ ଜିଲ୍ଲାର ପ୍ରତ୍ୟେକ ଧର୍ମାନୁଷ୍ଠାନର ପରିସରରେ ବାଲ୍ୟ ବିବାହ ନିରାକରଣ ପାଇଁ ସଚେତନତା ବାର୍ତ୍ତା ପ୍ରଦର୍ଶିତ କରାଯାଇ ଜନସାଧାରଣଙ୍କୁ ସଚେତନ କରାଯିବ । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶିଶୁ କର୍ଣ୍ଣର ଉଦଘାଟିତ ହୋଇଯାଇଛି । ଯାହାଦ୍ୱାରା ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ଆସୁଥିବା ମା / ବାପାଙ୍କ ସାଙ୍ଗରେ ଥିବା ଶିଶୁ ମାନେ ଉକ୍ତ ସ୍ଥାନରେ ଖେଳିବା, ବସିବା ସୁଯୋଗ ପାଇପାରିବେ ।

hiring

ଏହି ଅବସରରେ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ଲିସା ପାତ୍ର, ଅକ୍ଷମ ଦିଶିରୀ ଓ ପ୍ରତିଭା ନାଗଙ୍କୁ ୭୦୦୦/ ଟଙ୍କାର ଆର୍ଥିକ ସହାୟତା ଦିଆଯାଇ ଥିଲା । ସେହିପରି ଆଶୀର୍ବାଦ ଯୋଜନାରେ ୩୬୮ଜଣ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଇଛି । ଏ ପର୍ଯ୍ୟନ୍ତ ଜିଲ୍ଲା ରେ ୮୦୬ ଜଣ ହିତାଧିକାରୀ ଏହି ଯୋଜନାରେ ଆର୍ଥିକ ସହାୟତା ପ୍ରତି ମାସ ପାଉଛନ୍ତି । ଆଜି ଏହି ଯୋଜନା ଅନ୍ତର୍ଗତ ଈଶାନ ନନ୍ଦ, ତୁଳସୀ ବେହେରା, ନନ୍ଦିନୀ ସାହୁ, ତୁଷାର ସାହୁ, ଚିକୁ ସାହୁ, ପୂଜା ମେହେରଙ୍କୁ ସ୍ୱତନ୍ତ୍ର ଯତ୍ନ ଶିଶୁ ପ୍ରମାଣ ପତ୍ର ଦିଆଯାଇଥିଲା ।

ଆଜିକାର ଏହି ସଭାକୁ ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ପରିଚାଳନା କରିଥିଲା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପିଡି, ଡିଆରଡିଏ ଡୋଳାମଣି ପଟେଲ, ସହାୟକ ଜିଲ୍ଲାପାଳ ଈପସିତା ମିଶ୍ର, ସମାଜ କଲ୍ୟାଣ ଅଧିକାରିଣୀ ଗୌରମଣି ହାଁସଦା, ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଶିଶୁ ମଙ୍ଗଳ କମିଟି ସଦସ୍ୟ ମଧୁ ପଧାନ, ରଂଜିତା ସାହୁ ଆଦି ଯୋଗ ଦାନ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବାଲ୍ୟ ବିବାହ ପରାମର୍ଶ ଦାତା ଏକସନ୍‌ ଏଡ ରାକେଶ ପଧାନ, ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ଅନଙ୍ଗ ନେଗୀ, ସଖୀର ପରିଚାଳିକା ରାଜଶ୍ରୀ ମହାନ୍ତି ପିପିଟି ମାଧ୍ୟମରେ ଆଲୋଚନା କରିଥିଲେ । ଏଥିରେ ଜିଲ୍ଲାର ସମସ୍ତ ସିଡ଼ିପିଓ ଯୋଗ ଦେଇଥିଲେ । ଶେଷରେ ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

5 + fourteen =