ପ୍ରାଚୀନ ସାହିତ୍ୟ ସଂସଦର ଉଦଘାଟନୀ ଉତ୍ସବ

0 122

ଗଞ୍ଜାମ :ବ୍ରହ୍ମପୁର ସ୍ଥିତ ଗଞ୍ଜାମ କଳା ପରିଷଦର ସମ୍ମିଳନୀ କକ୍ଷରେ “ପ୍ରାଚୀନ ସାହିତ୍ୟ ସଂସଦ’ ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉତ୍ସବକୁ ଋଷିକୂଲ୍ୟା ଗବେଷକ ବେଙ୍କଟ ବିହାରୀ ପ୍ରହରାଜ ଉଦଘାଟନ କରିଥିଲେ, ମୁଖ୍ୟ ଅତିଥି ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀ ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ମୁଖ୍ୟ ଅତିଥି ଡକ୍ଟର ଆନନ୍ଦ ସେଠି ଇଂରାଜୀ ବିଭାଗୀୟ ମୁଖ୍ୟ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ବ୍ରହ୍ମପୁର ସମ୍ମାନିତ ଅତିଥି ଭାବେ ଡାକ୍ତର ମୁର୍ମୁ ଅଧ୍ୟକ୍ଷ ଡିଆଇଟି ପାରଳାଖେମୁଣ୍ଡି,
ଓ କଳାରନ୍ତ ଇଂ. ପ୍ରଫୁଲ୍ଲ କୁମାର ତ୍ରିପାଠୀ ସଭାପତି, ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ ସମ୍ପାଦକ ତ୍ରିଧାରା ସାହିତ୍ୟ ସଂସଦ, ଆବାହକ ବଂଶୀଧର ସେଠି ମଞ୍ଚସୀନ ଥିଲେ । ପ୍ରାରମ୍ଭିକ ସଙ୍ଗୀତ ସୈଦାମିନୀ ମିଶ୍ର ଓ ପ୍ରଫୁଲ୍ଲ କୁମାର ମହାପାତ୍ର ଗାନ କରି ଥିଲେ । ଲାଲ ବାହାଦୂର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ପ୍ରାଚୀନ ସାହିତ୍ୟ ସମାଜରେ କିପରି ପ୍ରଭାବିତ କରିବ ତାହା ସମ୍ପର୍କରେ ସୂଚନା ଦେଇଥିଲେ । କବିତା ପାଠୋତ୍ସବରେ ସଭାପତି ଭାବେ ଡକ୍ଟର ଭଗବାନ ଗୌଡ ମୁଖ୍ୟ ଅତିଥି ଭାବେ ଡକ୍ଟର ଅଶୋକ କୁମାର ପଣ୍ଡା ଓଡିଆ ବିଭାଗୀୟ ମୁଖ୍ୟ ଶ୍ରୀ ଭରତ ପତି ମହାବିଦ୍ୟାଳୟ ସାମନ୍ତିଆପଲ୍ଲି ଗଞ୍ଜାମ ସମ୍ମାନିତ ଅତିଥି ହୃଦାନନ୍ଦ ପଟ୍ଟନାୟକ, ଜ୍ୟୋସ୍ନା ରାଣୀ ଦେବୀ କବିତା ସଂଯୋଜନା କରିଥିଲେ । ଏଥିରେ ପ୍ରଫୁଲ୍ଲ କୁମାର ମହାପାତ୍ର, ଇଂ. ପ୍ରଫୁଲ୍ଲ କୁମାର ମହାପାତ୍ର, ଶୁଭଶ୍ରୀ ପଟ୍ଟନାୟକ, ଗୋପିନାଥ ସେନାପତି, ବିଜୟ ଚନ୍ଦ୍ର ମିଶ୍ର, କୁନା ସେଠି, ପ୍ରମୋଦ କୁମାର ପଣ୍ଡା, ଚନ୍ଦ୍ର ଶେଖର ମହାପାତ୍ର, ବନ୍ଦନା ପଣ୍ଡା ବନ୍ଦନା ମହାପାତ୍ର, ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ, ବଂଶୀ ଧର ସେଠି,
ବୃନ୍ଦାବନ ପଣ୍ଡା, ସୈଦାମିନୀ ମିଶ୍ର, ଶତପଥୀ ମୁନୀ, ଡାକ୍ତର ମୁର୍ମୁ, ମଧୁସ୍ମିତା ସାହୁ, ଉପସ୍ଥିତ ରହି ସ୍ୱରଚିତ କବିତା ପଠନ କରିଥିଲେ । ବିଜୟ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

five × 4 =