ପଦ୍ମବେଶରେ ଦର୍ଶନ ଦେଲେ ମହାପ୍ରଭୁ

0 23

ପୁରୀ- ପଦ୍ମ ବେଶରେ ରତ୍ନ ସିଂହାସନରେ ବିଜେ ଚତୁର୍ଦ୍ଧାମୂରତି ଭକ୍ତଜନଙ୍କୁ ଦର୍ଶନ ଦେଇଛନ୍ତି। ମାଘ ଶୁଳ୍କ ପ୍ରତିପଦଠାରୁ ଶ୍ରୀପଞ୍ଚମୀ ପର୍ଯ୍ୟନ୍ତ ପଡ଼ୁଥିବା ବୁଧବାରରେ ବିଧିମତେ ମହାପ୍ରଭୁ ବଡ଼ସିଂହାର ବେଶ ସମୟରେ ଏହି ଦୁର୍ଲଭ ବେଶ ଧାରଣ କରିଛନ୍ତି | ମହାପ୍ରଭୁ ଏହି ପଦ୍ମ ବେଶରେ ନିଦ୍ରା ଯାଇଥିଲେ I ଆଜି ମଙ୍ଗଳଆଳତି ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କୁ ଏଭଳି ବେଶରେ ଦର୍ଶନ କରିଛନ୍ତି।
ବଳା ପାଇଁ ମଠରୁ ତୁଳସୀ ମାଳ ଓ ଗେଣ୍ଡୁ ମାଳ ଶ୍ରୀମନ୍ଦିର ନିଆଯାଇଥିଲା | ଏକ ପଣି ପଦ୍ମଫୁଲ, ଏକ ପଣ ଡାଳି, ଶ୍ରୀମୁଖ ପଦ୍ମ, ଶ୍ରୀହସ୍ତ ପଦ୍ମ କଢ଼, କଦମ୍ବ ଫୁଲରେ ପ୍ରସ୍ତୁତ କରପଲ୍ଲବ, ମଗର କୁଣ୍ଡଳ, ତିଳକ ଓ ହଂସରେ ମହାପ୍ରଭୁଙ୍କୁ ସଜ୍ଜିତ କରାଯାଇଥିଲା। ପଣ୍ଡୁ ପୂଣ୍ଣମାଠାରୁ ବଡ଼ଛତା ମଠ ଏହି ବେଶର ପ୍ରସ୍ତୁତି ଆରମ୍ଭକରିଥିଲା। ଆଜି ନୀଳ ଘୋଡ଼ ଲାଗି ସମୟରେ ଏହି ବେଶ ଲାଗି କରାଯାଇଥିଲା| ସୋଲରେ ନିର୍ମିତ ପଦ୍ମ ପାଖୁଡ଼ାର ମୁଖା ସହ ଚୂଳ, କୀରିଟ ସଂଯୁକ୍ତ ଥିଲା | I ଶ୍ରୀଭୁଜରେ ପଦ୍ମକଳିକା ଲାଗି ହୋଇଥିଲା | କର ପଲ୍ଲଭ, ହୃଦ ପଲ୍ଲଭ, ଶ୍ରୀପୟର ମାଳା, , ଫୁଲର ଚିତା ଠାକୁରମାନଙ୍କୁ ମାନଙ୍କୁ ଲାଗି କରାଯାଇଥିଲା ।
ଏକ ନିଆରା ବେଶରେ ଦର୍ଶନ କରିଥିଲେଭକ୍ତ | ଆଜି ଅବକାଶ ପରେ ପଦ୍ମବେଶ ଓଲାଗି ହୋଇଥିଲା। ଶ୍ରୀଜଗନ୍ନାଥଙ୍କ ସମେତ ବଡ଼ଠାକୁର, ସୁଭଦ୍ରା ଓ ସୁଦର୍ଶ ଦର୍ଶନ ମହାପ୍ରଭୁ ଭୁ ଏହି ବେଶ ଧାରଣ କରିଥିଲେ ।ବଡ଼ଛତା ମଠ ଏହି ପଦ୍ମବେଶ ପ୍ରସ୍ତୁତ କରିଥିଲେ। ମଠର ସାଧୁସନ୍ଥମାନେ ଘଣ୍ଟି, ଦିହୁଡ଼ି ସହ ଏହି ବେଶକୁ ଶ୍ରୀମନ୍ଦିରକୁ ଏକ ଶୋଭାଯାତ୍ରାରେ ନେଇଥିଲେ|
ଶୀତଦିନେ ପଦ୍ମଫୁଲର ଅଭାବ ପାଇଁ ଏହି ବେଶକୁ ସୋଲରେ କରାଯାଇଥାଏ। ତେବେ ୨୦୧୧ ମସିହାରୁ ଭୁବନେଶ୍ଵର ଶାସ୍ତ୍ରୀ ନଗରର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଚିନ୍ତାମଣି ଦାଶ ଶ୍ରୀମନ୍ଦିରକୁ ପଦ୍ମ ଫୁଲ ଯୋଗାଇ ଆସୁଛନ୍ତି | ଆଜି ମଧ୍ୟ ସେ ମହାପ୍ରଭୁଭକ ପାଇଁ ପଦ୍ମ ଫୁଲ ଯୋଗାଥିଲେ।ଏଥି ସହ ବାଟମଙ୍ଗଳା, ମା’ ବିମଳା, ମା’ ଭୁବନେଶ୍ଵରୀ ଓ ମହାଲକ୍ଷ୍ମୀଙ୍କ ପାଇଁ ପଦ୍ମଫୁଲର ମାଳ ଯୋଗାଇଥିଲେ।|

hiranchal ad1
Leave A Reply

Your email address will not be published.

15 + 7 =