ପଲ୍ଲିଶ୍ରୀ ମେଳା -୨୦୨୧ ଉଦଯାପିତ : ୪ ଦିନରେ ୪୮ ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟବସାୟ

0 116

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଓରମାସ ଓ ଜିଲ୍ଲା ଜୀବିକା ମିଶନ ସହଯୋଗରେ ଜିଲ୍ଲାସ୍ତରୀୟ ୪ ଦିନିଆ ପଲ୍ଲିଶ୍ରୀ-ମେଳା -୨୦୨୧ ରବିବାର ଦିନ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି ।
ଏହି ପଲ୍ଲୀଶ୍ରୀ ମେଳା ଉଦଯାପନୀ କାର୍ଯ୍ୟକ୍ରମରେ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର , ପିଏ ଆଇ୍‌ ଟିଡିଏ ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ସରୋଜ କୁମାର ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ମିଶନ ଶକ୍ତିର ଡିପିଏମ ରଶ୍ମି ରଞ୍ଜନ ସେଠୀ, ଜିଲ୍ଲା ଜୀବିକା-ମିଶନର ଡିପିଏମ ପ୍ରିୟମ୍ବଦା ବିଶୋଇ, ଜିଲ୍ଲା “ଓରମାସ” ସଂସ୍ଥାର ଡେପୁଟି ସିଇଓ ଦେବେନ୍ଦ୍ର କୁମାର କର ପ୍ରମୁଖ ମଞ୍ଚାସୀନ ରହି ଏସଏଚଜି ମହିଳା ମାନେ ଯେଉଁ ସବୁ ସାମଗ୍ରୀ ଉତ୍ପାଦନ କରୁଛନ୍ତି , ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟ ନେଇ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଲୋକଲୋଚନକୁ ଆଣିବା , ବିକ୍ରିବଟାର ସୁଯୋଗ ସହ ଉଚିତ ମୂଲ୍ୟ ଦେବା ଏବଂ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ଏଭଳି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି କହିଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭକ୍ତି ସଙ୍ଗୀତ ସଂସଦର କଳାକାର ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ପଲ୍ଲିଶ୍ରୀ ମେଳା -୨୦୨୧ରେ ଭଲ ବିକ୍ରିବଟା କରିଥିବା ଉତ୍ପାଦକ ଗୋଷ୍ଠୀ ମା ମହାଲକ୍ଷ୍ମୀ ୱେଭରସ ବୌଦ୍ଧ ପ୍ରଥମ, ଦୁଃଖିଶ୍ୟାମ ଏସ୍‌ଏଚ୍‌ଜି (ଖୋର୍ଦ୍ଧା) ଦ୍ୱିତୀୟ , ଉତ୍ପାଦକ ଗୋଷ୍ଠୀ ମା ତାରିଣୀ ଉଡେନ କ୍ରାଫ୍ଟ (କଟକ) ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ସେହିପରି ଆକର୍ଷଣୀୟ ଷ୍ଟଲ ପ୍ରଦର୍ଶନ କ୍ଷେତ୍ରରେ ଜିଲ୍ଲା ଉଦ୍ୟାନ ବିଭାଗକୁ ପ୍ରଥମ, ବନ ବିଭାଗ ଦ୍ୱିତୀୟ, ଜଳଛାୟା ପ୍ରକଳ୍ପ ବିଭାଗ ତୃତୀୟ ସ୍ଥାନ ଅଧିକାର କରିଥିବା ଯୋଗୁଁ ସେମାନଙ୍କୁ ମଞ୍ଚାସୀନ ଅତିଥି ମାନେ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ ।

hiring

ପଲ୍ଲିଶ୍ରୀ-ମେଳା -୨୦୨୧ ଉଦଯାପନୀ ସନ୍ଧ୍ୟାର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭକ୍ତି ସଙ୍ଗୀତ ସଂସଦର ଭଜନ, ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ରର ଓଡ଼ିଶୀ ନୃତ୍ୟ, ବନ୍ଦେ ମାତାରମ ଡ୍ୟାନ୍ସ ଗ୍ରୁପର ଘୁଡିକି ନୃତ୍ୟ, ସମଲେଇ ନୃତ୍ୟକଳା ପରିଷଦର ସମ୍ବଲପୁରୀ ନୃତ୍ୟ, ମୀରାକେଲ ଡ୍ୟାନ୍ସ ଗ୍ରୁପର ସମ୍ବଲପୁରୀ ନୃତ୍ୟ, ପଦାମୃତ ନୃତ୍ୟାୟନର କଳାକାର ମାନେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶ୍ରୀ ଶୁଭ୍ରାଂଶୁ ପଟ୍ଟନାୟକ ।

ପଲ୍ଲିଶ୍ରୀ-ମେଳା -୨୦୨୧ ଉଦଯାପନୀ ସନ୍ଧ୍ୟାରେ ମୋଟ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହୋଇଥିବା ଜିଲ୍ଲା ଓରମାସ ସୂତ୍ରରୁ ଜଣାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା “ଓରମାସ” ସଂସ୍ଥାର ଡେପୁଟି ସିଇଓ ଦେବେନ୍ଦ୍ର କୁମାର କର ଏବଂ ଜିଲ୍ଲା ମିଶନ ଶକ୍ତିର ଡିପିଏମ ରଶ୍ମି ରଞ୍ଜନ ସେଠୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

three × one =