ପଲ୍ଲୀଶ୍ରୀ ମେଳା ୨୦୨୧ ଉଦଘାଟିତ

0 184

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହା ବିଦ୍ୟାଳୟର ପରିସରଠାରେ ଥିବା ଖେଳ ପଡିଆଠାରେ ପଲ୍ଲିଶ୍ରୀ ମେଳା ୨୦୨୧ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ରିବନ କାଟି ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଉପ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଅନାମ ଚରଣ ପାତ୍ର, ଡିପିଏମ୍‌ ପ୍ରିୟମ୍ବଦା ବିଷୋୟୀ ପ୍ରମୁଖ ମଞ୍ଚାସିନ ଥିଲେ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ଜିଲ୍ଲା ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା । ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ ଗୁରୁ ରଘୁନାଥ ପାତ୍ରଙ୍କ ନିର୍ଦ୍ଦେଶନାରେ ଭକ୍ତି ସାଂସଦର କଳାକାରମାନେ ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ । ଅତିଥିମାନେ ପଲ୍ଲିଶ୍ରୀ ମେଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ସରକାରଙ୍କର ମହିଳାଙ୍କୁ ସଶକ୍ତିକରଣ କରି ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରି ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହୋଇ ପାରିବ ତା ଉପରେ ଗୁରୁତ୍ୱ ଦେଇଛନ୍ତି । ବିଭିନ୍ନ ଜିଲ୍ଲାରୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ତିଆରି ହୋଇଥିବା ବିଭିନ୍ନ ଜିନିଷ ଆଣି ବିକ୍ରି ବଟା କରି ପାରିବେ । ଜିଲ୍ଲାପାଳ ବିଭିନ୍ନ ବିଭାଗର ଷ୍ଟଲ ପରିଦର୍ଶନ କରି ଥିଲେ । ଏହି ମେଳାରେ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

6 − four =