ବୌଦ୍ଧରେ ପାଣ-ଗଣ୍ଡା ସମାଜର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ

0 700

ବୌଦ୍ଧ : ପବିତ୍ର ରାଷ୍ଟ୍ରୀୟ ଏକତା ଦିବସରେ ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ତରଫରୁ ବୌଦ୍ଧ ଜିଲ୍ଲାର ରକସା ପଞ୍ଚାୟତ କିରାଶିରାଠାରେ ପ୍ରଦୀପ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଏହି ସଭାରେ ପ୍ରଶାନ୍ତ କୁମାର ଭଇନା ସଭାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ଏହି ବୈଠକରେ ସମାଜର ବିଭିନ୍ନ ସାମାଜିକ ଉନ୍ନତିମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ତତ ସହିତ ସମାଜରେ ବିଭିନ୍ନ କ୍ଷେତ୍ରରେ ଅବଦାନ ଥିବା ୨୫ ଜଣ ବ୍ୟକ୍ତିବିଶେଷଙ୍କୁ ଏହି ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବରୁ ଦୀର୍ଘ ଦିନ ଧରି ସମାଜର ପରିଚାଳନା କମିଟିର ଥିବା ସଭାପତି ଓ ସମ୍ପାଦକ ନିଜ ପଦବୀ ଓ କ୍ଷମତାର ଅପବ୍ୟବହାର କରିଥିବାରୁ ସେମାନଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରିବା ସହ ସାମ୍ବିଧାନିକ ଭାବରେ ନୂତନ ଜିଲ୍ଲା କମିଟି ଗଠନ କରାଯାଇଥିଲା । ନବ ନିର୍ବାଚିତ ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ କମିଟିରେ ସଭାପତି ଭାବରେ ପ୍ରଦୀପ କୁମାର ମହାନନ୍ଦ , କାଯ୍ୟକାରୀ ସଭାପତି ଭାବରେ ଲିଙ୍ଗରାଜ ଜଗଦଳ, ସାଧାରଣ ସମ୍ପାଦକ ନବୀନ କୁମାର ଭଇନା, କୋଷାଧ୍ୟକ୍ଷ ଭାବେ ଫଗୁ ରଣବିଡା,ସହ କୋଷାଧ୍ୟକ୍ଷ ରୂପେ ଟିକ ବେହେରା, ଉପ ସଭାପତି ଭାବରେ ଗନ୍ଧର୍ବ ସାଗର, ରଞ୍ଜନ ଜଗଦଳା, ଶ୍ରୀଯୁକ୍ତ ଅଲେଖ ବେହେରା,ମହାଦେବ କଲତା, ରୋହିତ କହଁର ମାର୍କଣ୍ଡ କଲତା, ଭୀମସେନ କହଁର, ଯୁଗ୍ମ ସମ୍ପାଦକ ରୂପେ ଧରଣୀଧର ବିଭାର ଦେବଦତ୍ତ ସାଗର, ଅସାଢୁ ଜାଲ, ପ୍ରଶାନ୍ତ ଭଇନା, ଚିତ୍ରସେନ ବେହେରା, ରାଜେନ୍ଦ୍ର ବେହେରା, ପରେମେଶ୍ୱର ବେହେରା, କାର୍ଯ୍ୟକ୍ରମ ଆୟୋଜକ ସମ୍ପାଦକ ରୂପେ ସଞ୍ଜିତ କୁମାର ଜେନା,ସନ୍ତୋଷ କୁମାର ଭୋଇ, ନିହାର ରଞ୍ଜନ ମହାନନ୍ଦିଆ, ଯୁଗଳ କିଶୋର ଜଗଦଳା , ମିଡିଆ ସେଲ ଭାବରେ ସୁଧୀର ଦୀପ, ସୁରେଶ ରାଜହଂସ, ରୀଲିପ ନାଏକ, ଉପଦେଷ୍ଟା ମଣ୍ଡଳୀ ଭାବରେ ଶମ୍ଭୁନାଥ ମହାନନ୍ଦିଆ, ଅନାଦୀ ବାଦୀ,ନାଥ ଲୁହା, ଗରୀବ ସୁନା, ନରେନ୍ଦ୍ର ଦୀପ, ବ୍ରଜବନ୍ଧୁ ବେହେରା, ଶେଷଦେବ ବେହେରା, ହରେନ୍ଦ୍ର ତରିଆ, ଦହନ ରଣବିଡା,ସୁବ୍ରତ ଜଗଦଳାଙ୍କୁ ଦାୟିତ୍ୱ ଦେବା ସହ ଶପଥ ପାଠ କରାଯାଇଥିଲା । ନବ କିଶୋର ଦୀପ ସ୍ୱାଗତ ଭାଷଣ ଦେବା ସହ ସଭା ପରିଚାଳନା କରିଥିବା ବେଳେ ଟିକ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

one + 12 =