ସମ୍ଭାବ୍ୟ ବାତ୍ୟାକୁ ନେଇ ପାରାଦୀପ ବନ୍ଦର ପ୍ରଶାସନ ସଜାଗ

0 79

ପାରାଦୀପ : ବାତ୍ୟା ଜଓା୍ୱଦର ଓଡିଶା ଉପକୂଳ ଆଗମନକୁ ଆକଳନ କରି ପାରାଦୀପ ବନ୍ଦର ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକ ବନ୍ଦର ଅଧ୍ୟକ୍ଷ ପି.ଏଲ.ହାରାନାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବାତ୍ୟାର ୨୪ ଘଣ୍ଟା ପୂର୍ବରୁ ଭୟାବହତାକୁ ଆକଳନ କରି ବନ୍ଦର ନିଷିଦ୍ଧାଂଚଳ ୱେଟ୍‌ ବେସିନ୍‌ ରୁ ସମସ୍ତ ଜାହାଜକୁ ଗଭୀର ସମୁଦ୍ର ମଧ୍ୟକୁ ପଠାଯିବା ନେଇ ନିଷ୍ପତ୍ତି ନିଆଯିବ । ବନ୍ଦର ଅଧିନସ୍ଥ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ବସ୍ତିବାସିନ୍ଦା ଓ ଆବଶ୍ୟକ କରୁଥିବା ଲୋକମାନଙ୍କ ନିମନ୍ତେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ ସମନ୍ୱୟରେ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ । ଜିଲ୍ଲା ପ୍ରଶାସନ ଏଥି ନିମନ୍ତେ ଆବଶ୍ୟକ ବସ୍‌ ବନ୍ଦର ପ୍ରଶାସନ ପକ୍ଷରୁ ଯୋହାଇ ଦିଆଯିବ । ବାତ୍ୟା ଆଶ୍ରୟସ୍ଥଳରେ ଅବାଧ ପାନୀୟଜଳ ଯୋଗାଣ ନିମନ୍ତେ ଛାତ ଉପର ଟାଙ୍କିରେ ପାଣି ଭର୍ତ୍ତି କରାଯିବ ଏବଂ ବ୍ୟାପକ ଭାବେ ପାଣି ବୋତଲ ତଥା ଟ୍ୟାଙ୍କର ସୁନିଶ୍ଚିତ କରାଯିବ । ବନ୍ଦର ଚିକିତ୍ସାଳୟ ସହଯୋଗରେ ପାନୀୟ ଜଳକୁ ବିଶୋଧନ ଓ ନିର୍ମଳ କରାଯିବ । ବାତ୍ୟାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସହରରେ ଲଗାଯାଇଥିବା ହାଇମାଷ୍ଟ ଲାଇଟ୍‌ ଗୁଡିକୁ ତଳକୁ ଖସାଇ ଦିଆଯିବ । ରାସ୍ତାରେ ଅବାଧ ଚଳାଚଳ ସୁନିଶ୍ଚିତ କରିବା ତଥା ବାତ୍ୟାରେ ତଳେ ପଡିଯାଇଥିବା ଗଛକୁ କାଟିବା ପାଇଁ ସିଆଇଏସଏଫ ଓ ବନ୍ଦର ଆରଆଣ୍ଡବି ଯନ୍ତ୍ରୀମାନେ ପ୍ରସ୍ତୁତ ରହିବେ । ଏଥି ପାଇଁ ପେଲୋଡର ମଧ୍ୟ ସଜାଗ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ର ମଧ୍ୟକୁ ଜଳ ନିଷ୍କାସନ ପାଇଁ ବନ୍ଦର ଯନ୍ତ୍ରୀମାନେ ପ୍ରସ୍ତୁତ ରହିବେ । ବନ୍ଦରର ଟାକ୍ତର ଓ ଆମ୍ବୁଲାନ୍ସ୍‌ ବାତ୍ୟା ଆଶ୍ରୟସ୍ଥଳୀକୁ ବୁଲି ତଦାରଖ କରିବେ । ଆବଶ୍ୟକତା ଅନୁଯାୟୀ ବାତ୍ୟା ଆଶ୍ରୟସ୍ଥଳୀ ତଥା ବିଭିନ୍ନ ସ୍ଥାନରେ ପ୍ରଭାବିତ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯିବ । ଗୁରୁବାର ସଂଧ୍ୟାରୁ ବନ୍ଦର ୪ନମ୍ବର ଗେଟ୍‌ ନିକଟରେ ଏକ ବାତ୍ୟା ନିୟନ୍ତ୍ରଣ କକ୍ଷ ଖୋଲା ଯାଇଥିବାର ବନ୍ଦର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

three × 3 =