ରାଜନୈତିକ ଦଳ ଓ ପ୍ରାର୍ଥୀକୁ ନେଇ ପର୍ଯ୍ୟବେକ୍ଷକମାନଙ୍କ ବୈଠକ

0 81

ପାରଳାଖେମୁଣ୍ଡି,: ଗଜପତି ଜିଲ୍ଲାରେ ଆଗାମୀ ଦିନରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ପ୍ରତନିଧି, ନିର୍ବାଚନକୁ କିପରି ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ହୋଇପାରିବ ସେଥିପାଇଁ ସାଧାରଣ ପର୍ଯ୍ୟବେକ୍ଷକ ବିଶ୍ୱମୋହନ ରାୟ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ମଦନ ସିଂ ଦ୍ୱାରା ରାଜନୈତିକ ଦଳର ପ୍ରତିନିଧି ଓ ଜିଲ୍ଲା ପରିଷଦର ପ୍ରାର୍ଥୀମାନଙ୍କୁ ନେଇ ଏକ ବୈଠକ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳିନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଅଧକ୍ଷତା କରିଥିଲେ । ସାଧାରଣ ପର୍ଯ୍ୟବେକ୍ଷକ, ଜିଲାରେ ହେବାକୁ ଥିବା ନିର୍ବାଚନ କିପରି ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶାବଳି ଅନୁସାରେ କରାଯିବ ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସେହିପରି ଖର୍ଚ୍ଚ ପର୍ଯ୍ୟବେକ୍ଷକ, ଖର୍ଚ୍ଚ ସୀମା ଉପରେ ସମସ୍ତଙ୍କୁ ଅବଗତ କରିବା ସହ ନିର୍ବାଚନ ଅଧିକାରୀଙ୍କ ପାଖରେ ପ୍ରତିଦିନ ଖର୍ଚ୍ଚର ପରିମାଣକୁ ଉପସ୍ଥାପନା କରିବା ପାଇଁ ଆଲୋଚନା କରିଥିଲେ । ଜିଲ୍ଲାପାଳ ଶ୍ରୀ ପଣ୍ଡା ଜିଲାରେ କିପରି ଶାନ୍ତିଶୃଙ୍ଖଳାରେ ନିର୍ବାଚନର କାର୍ଯ୍ୟ ସରିବ ସେଥିପାଇଁ ସମସ୍ତଙ୍କୁ ସହଯୋଗ କରିିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଉପଜିଲ୍ଲାପାଳ ଦିଲ୍ଲୀପକୁମାର ମହାରଣା, ଏ ଏସପି ବାମଦବେ ସିଂ, ଡିପିଓ ଉଲାସ ସେଠି, ସହକାରୀ ଜିଲ୍ଲାପାଳ ଜୁବୁଲୀ ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

sixteen + 16 =