ନବୀନ ସରକାରଙ୍କ ବହୁମୁଖୀ ଯୋଜନାର ସଫଳତା ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଅ: ସାଂସଦ ଅଚ୍ୟୁତ ସାମନ୍ତ

0 76

ଫୁଲବାଣୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆଜି ଫୁଲବାଣୀଠାରେ ବିଜେଡି କର୍ମୀ ସମ୍ମିଳନୀରେ ଯୋଗଦେଇ କର୍ମୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ବହୁମୁଖୀ ଯୋଜନା ପ୍ରଣୟନ କରି ଏହାର ସୁଫଳ କିଭଳି ଲୋକଙ୍କ ନିକଟରେ ପହଞ୍ଚାଇ ପାରିଛନ୍ତି ସେ ସମ୍ପର୍କରେ ଜନସାଧାରଣଙ୍କୁ ବୁଝାଇବା ସହ ଲୋକଙ୍କ ପ୍ରିୟଭାଜନ ହେବାକୁ ପରାମର୍ଶ ଦେଇଥିଲେ । କର୍ମୀ ସମ୍ମିଳନୀରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, କନ୍ଧମାଳ ସହପର୍ଯ୍ୟବେକ୍ଷକ କିଶୋର ମେହେର, ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଓ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକ ବିଜେଡି କର୍ମକର୍ତ୍ତା, ବ୍ଲକ୍‌ ଅଧ୍ୟକ୍ଷ ଓଟିକେଟ ପାଇଥିବା ୧୮ଟି ଜିଲ୍ଲା ପରିଷଦ ଜୋନର ସଭ୍ୟ ଓ ସଭାମାନେ ମଧ୍ୟ ଉପସ୍ଥିତ ଥିଲେ । ସରକାରଙ୍କ ସଫଳତାକୁ ପାଥେୟ କରି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ଯେଭଳି ଭଲ ପ୍ରଦର୍ଶନ କରିବ ସେଥିପାଇଁ ଶ୍ରୀ ସାମନ୍ତ ସମସ୍ତ କର୍ମୀଙ୍କ ସହଯୋଗ କାମନା କରିଥିଲେ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଯଥେଷ୍ଟ ପୂର୍ବରୁ ସାଂସଦ ଶ୍ରୀ ସାମନ୍ତ ସଂସଦୀୟ କ୍ଷେତ୍ରର ବିଜୁ ଜନତା ଦଳ କର୍ମୀମାନଙ୍କୁ ପ୍ରେରଣା ଦେଇଥିବାରୁ କର୍ମୀମାନେ ସନ୍ତୋଷ ବ୍ୟକ୍ତ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × four =