ବୟସ ଛୋଟ କିନ୍ତୁ ଦେଶ ସେବାପାଇଁ ରହିଛି ଅନେକ ସ୍ୱପ୍ନ..

0 94

ପାଟଣାଗଡ: ବୟସ ଛୋଟ କିନ୍ତୁ ସ୍ୱପ୍ନ ଅନେକ । ମୁଁ ବି ଦିନେ ବଡ଼ ହୋଇ ଦେଶସେବା କରିବି । ମୋ ଦେଶକୁ ମୁଁ ସୁରକ୍ଷା କରିବି । ଏମିତି ଅନେକ ସ୍ୱପ୍ନ ନେଇ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି । ତାହା ପୁଣି ଛୋଟ ବୟସରୁ ଆମେ କହୁଛୁ ପାଟଣାଗଡ଼ ମେହେର ପଡାରେ ରହୁଥୁବା ଯୁଧିଷ୍ଠିର ଦାସଙ୍କ ପୁଅଙ୍କ କଥା । ସେ ଛୋଟ ବେଳରୁ ଯବାନ ହେବାକୁ ରଖିଛନ୍ତି ଅନେକ ଆଶା, ଛାତ ଉପରେ ଛିଡା ହୋଇ ବ୍ୟାୟାମ କରୁଛନ୍ତି । ହାତକୁ ହାତ ହଲେଇ ଅଭିନୟ କରନ୍ତି, ସେ ଜାତୀୟ ସଂଗୀତ ଜନଗଣ ଗାଇ ୫୨ ସେକେଣ୍ଡରେ ଗାଇ ସମାପ୍ତି କରିପାରୁଛନ୍ତି । ସୂଚନାନୁଯାୟୀ ଭଇଁଷା ଗ୍ରାମର ପାଟଣାଗଡ଼ ମେହେରପଡାର ଯୁଧିଷ୍ଠିର ଦାସ ତାଙ୍କ ଧର୍ମପତ୍ନୀ ଶିକ୍ଷୟତ୍ରୀ ସବିତା ଦାସ, ପାଟଣାଗଡ଼ ଓଡିଶା ଷ୍ଟେଟ ବ୍ରିଗେଡ ସ୍କୁଲର ପ୍ରତିଷ୍ଠାତା ଯୁଧିଷ୍ଠିର ଅଟନ୍ତି । ତାଙ୍କର ଚାରି ବର୍ଷ ଦୁଇ ମାସର ସୁପୁତ୍ର ଶ୍ରୀ ଅଂଶ ଦାସ ସ୍କୁଲ ଯାଇନି । ତୁଳସୀ ଦୁଇ ପତ୍ର ବାସେ ଭଳି ଶ୍ରୀଅଂଶଙ୍କ ଦେଶ ସେବା କରିବା ପାଇଁ ମନରେ ପ୍ରବଳ ଆଗ୍ରହ ଉତ୍କଣ୍ଠା ରହିଛି । ବାପା ମାଁ ପୁଅ ଗୁଣୁଗୁଣୁ ଗୀତ ଗାଉଥିବା ଓ ଅଙ୍ଗୀ ଭଙ୍ଗୀ କରୁଥିବାର ଦେଖି ତାଙ୍କୁ ଗୀତ ଗାଇବାକୁ ପ୍ରସ୍ତୁତ କରିଥିଲେ । ଶ୍ରୀ ଅଂଶ ଜାତୀୟ ସଂଗୀତ ୫୨ ସେକେଣ୍ଡରେ ଗାଇ ସମାପ୍ତ କରି ପାରୁଥିବା ଦେଖିବାକୁ ମିଳିଛି । ବାପା ମାଆ ଆଶା ବାନ୍ଧିଛନ୍ତି ଶ୍ରୀ ଅଂଶ ବଡ ହୋଇ ଦେଶ ସେବା କରିବ ବୋଲି ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

8 − 7 =