ଭକ୍ତଙ୍କ ପାଇଁ ଖୋଲିବ କି ଜଗା ଦୁଆର?, ଆଜି ଅପରାହ୍ନରେ ବସିବ ବୈଠକ

0 31

ପୁରୀ : ଆଜି ଅପରାହ୍ନରେ ଭର୍ଚୁଆଲ ମୋଡ଼ରେ ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ସାଢେ ୪ଟାରେ ଭର୍ଚୁଆଲ୍‌ ମୋଡ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଛତିଶାନିଯୋଗ ନାୟକଙ୍କ ସହ ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିରର ବିଭିନ୍ନ ନିଯୋଗର ସଭାପତି, ସଂପାଦକ, ବରିଷ୍ଠ ସେବାୟତମାନେ ଉପସ୍ଥିତ ରହିବେ । ବୈଠକରେ ଆଗାମୀ ଶ୍ରୀମନ୍ଦିର ଦର୍ଶନ ଉପରେ ବିସ୍ତୃତ ଆଲୋଚନା ହେବ । ଫେବ୍ରୁଆରିରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବ କି ଖୋଲିବନି ସେ ଉପରେ ସେବାୟତଙ୍କ ମତ ଗ୍ରହଣ କରାଯିବ । ଏହି ଆଧାରରେ ଫେବୃଆରୀ ମାସର ମାର୍ଗଦର୍ଶିକା ଜାରି ହେବ । କୋଭିଡ କଟକଣା ଅନୁଯାୟୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶନେଇ ଜାନୁଆରି ୩୧ ପର୍ଯ୍ୟନ୍ତ ରୋକ୍‌ ଲାଗିଛି । ଏହି କଟକଣା ଅବଧି ଜାନୁଆରୀ ୩୧ରେ ସରୁଥିବାରୁ ଫେବୃଆରୀ ପାଇଁ ନୂଆ ମାର୍ଗଦର୍ଶିକା ତଥା ଏସଓପି ଆସିବ । ତେବେ ରାଜ୍ୟ ରେ କୋଭିଡ ସଂକ୍ରମଣ ସାମାନ୍ୟ କମି ଥିବା ବେଳେ ଏବେ ଦେଖିବାର କଥା ଭକ୍ତଙ୍କ ପାଇଁ ଫେବୃଆରୀ ମାସରେ ଶ୍ରୀମନ୍ଦିର ଖୋଲିବ କି ନାହିଁ । ଏ ନେଇ କଣ ନିଷ୍ପତ୍ତି ହେଉଛି ଓ କିଭଳି ନୂଆ ଏସଓପି ଆସିବ ।

hiranchal ad1
Leave A Reply

Your email address will not be published.

2 × 2 =