ହକି କିମ୍ବଦନ୍ତୀ ଚରଣଜିତଙ୍କ ପରଲୋକ

0 44

ନୂଆଦିଲ୍ଲୀ : ଭାରତର ହକିର ଅନ୍ୟତମ ହକି କିମ୍ବଦନ୍ତ୍ର ବ୍ୟକ୍ତିତ୍ୱ ଚରଣଜିତ ସିଂହ ଆଉ ଆମ ଗହଣରେ ନାହାନ୍ତି । ହିମାଚଳ ପ୍ରଦେଶର ଉନାରେ ଆଜି ତାଙ୍କର ୯୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ବର୍ଷ ଧରି ବାର୍ଦ୍ଧକ୍ରଜନିତ ସମସ୍ୟାରେ ଶଯ୍ୟାଶାୟୀ ଥିଲେ । ୧୯୬୪ ମସିହାରେ ତାଙ୍କ ନେତୃତ୍ୱରେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲା । ଟାଇଟଲ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ପରାସ୍ତ କରିଥିଲା । ଏହାପୂର୍ବରୁ ୧୯୬୦ରେ ଭାରତୀୟ ଦଳ ରୋମ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ । ସେତବେଳେ ସେ ଟିମର ସଦସ୍ୟ ଥିଲେ । ଏବେ ତାଙ୍କ ମୃତ୍ୟୁ ପରେ ପରିବାରରେ ଦୁଇ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ପାଞ୍ଚ ବର୍ଷ ପୂର୍ବେ ଚରଣଜିତ୍‌ ଷ୍ଟ୍ରେ।।କରେ ପୀଡିତ ହୋଇ ସେହି ଦିନଠାରୁ ପକ୍ଷାଘାତରେ ଆକ୍ରାନ୍ତ ଥିଲେ ।

hiranchal ad1
Leave A Reply

Your email address will not be published.

12 − 10 =