ରାହୁଲଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇଲେ ଏହି ପୂର୍ବତନ ବ୍ୟାଟ୍ସମ୍ୟାନ

0 70

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଦିନିକିଆ ସିରିଜରେ ଭାରତର ଲଜ୍ଜାଜନକ ପରାଜୟ ଯୋଗୁ ଟିମ୍‌ ଇଣ୍ଡିଆ ଭୀଷଣ ସମାଲୋଚନାର ସମ୍ମୁଖୀନ ହୋଇଛି । ବିଶେଷକରି କେଏଲ ରାହୁଲଙ୍କ ଅଧିନାୟକତ୍ୱ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି । କେତେକ ପୂର୍ବତନ କ୍ରିକେଟର ତାଙ୍କ ଅଧିନାୟକତ୍ୱ ନେଇ ଖୋଲାଖୋଲିଭାବେ ପ୍ରଶ୍ନ ଉଠାଇବା ସହ ଚୟନ କମିଟିର ସମାଲୋଚନା ମଧ୍ୟ କରିଛନ୍ତି । ସେମାନଙ୍କ ମଧ୍ୟରୁ ପୂର୍ବତନ ବ୍ୟାଟସମ୍ୟାନ ମନୋଜ ତିୱାରୀ ଅନ୍ୟତମ । ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି ଯେ କୌଣସି ଜଣେ ଖେଳାଳିକୁ କେହି କ୍ୟାପ୍‌ଟେନ୍‌ ପାଇଁ ପ୍ରସ୍ତୁତ କରାଇପାରିବ ନାହିଁ । ଆପଣ ଜନ୍ମରୁ ଲିଡର୍‌ ହୋଇଥାନ୍ତୁ ଅଥବା ପରେ । ଏବେ ରାହୁଲଙ୍କୁ ଭବିଷ୍ୟତର କ୍ୟାପ୍‌ଟେନ୍‌ ରୂପେ ପ୍ରସ୍ତୁତ କରାଯାଉଛି । ମୁଁ ବୁଝି ପାରୁନି ଯେ ଆପଣ କେମିତି ଜଣେ କ୍ୟାପ୍‌ଟେନ୍‌କୁ ପ୍ରସ୍ତୁତ କରୁଛନ୍ତି । ଜଣେ ବ୍ୟକ୍ତି ଜନ୍ମରୁ ନେତା ହୋଇଥାନ୍ତି ବା ହୋଇନଥାନ୍ତି । କପ୍‌ଟେନ୍‌ସିପ୍‌ ସ୍ୱାଭାବିକ ରୂପେ ଆସିଥାଏ । ଏହା ଏକ ଅନ୍ତର୍ନିହିତ ଗୁଣ । ଏହାକୁ କେହି କହିଲେ ହୋଇଯିବ ନାହିଁ । କ୍ୟାପ୍‌ଟେନ୍‌କୁ ପ୍ରସ୍ତୁତ କରିବା ସମ୍ଭବ । କିନ୍ତୁ ଏହି ପ୍ରକ୍ରିୟାରେ ଲମ୍ବା ସମୟ ଲାଗିବ । ନିର୍ଣ୍ଣୟ ନେବା ସମ୍ବନ୍ଧରେ କେବଳ ଜାଣିବା ପାଇଁ ଜଣେ ଖେଳାଳିକୁ ୨୦ ରୁ ୨୫ ମ୍ୟାଚ୍‌ ଖେଳିବାକୁ ପଡ଼ିବ । ତଥାପି ମଧ୍ୟ ଖେଳାଳି ସଫଳ ହେବେ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ ।

hiranchal ad1
Leave A Reply

Your email address will not be published.

11 − 1 =