ଓଡ଼ିଶାରେ ପିକ୍‌ ଛୁଇଁ ସାରିଲାଣି କରୋନାର ତୃତୀୟ ଲହର

0 72

ଭୁବନେଶ୍ୱର : ଓଡ଼ିଶାରେ କରୋନାର ସ୍ଥିତି ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଜି ଏକ ଗୁୁରୁତ୍ୱପୂର୍ଣ୍ଣ ବିବୃତି ପ୍ରଦାନ କରିଛି । ବିଭାଗ କହିଛି ଯେ ରାଜ୍ୟରେ କରୋନା ସଂକ୍ରମଣ କମୁଛି । ପୂର୍ବରୁ ଲଗାତାର କିଛି ଦିନ ଧରି ପଜିଟିଭ ସଂଖ୍ୟା ୧୦ ହଜାର ଉପରେ ରହୁଥିଲା ବେଳେ ବର୍ତ୍ତମାନ ଦୈନିକ ସଂକ୍ରମଣ ୬ ହଜାର ତଳକୁ ରହୁଛି । ଗତ ୨୪ ଗଣ୍ଟା ମଧ୍ୟରେ ରାଜ୍ୟରେ ୫,୯୦୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଣୁ ରାଜ୍ୟରେ କରୋନାର ତୃତୀୟ ଲହର ପିକ୍‌ ଅତିକ୍ରମ କରିସାରିଥିବା ଆଭାସ ମିଳୁଛି ବୋଲି ବିଭାଗ କହିଛି । ଧୀରେ ଧୀରେ ସଂକ୍ରମଣ ହ୍ରାସ ପାଉଛି, ସଂକ୍ରମଣ ହାର ମଧ୍ୟ କମିବାରେ ଲାଗିଛି । କିଛି ଦିନ ତଳେ ୨୦ ପ୍ରତିଶତ ସଂକ୍ରମଣ ହାର ରହିଥିଲା । ଏବେ ଏହା ଅଧା ହୋଇଯାଇଛି । ଲଗାତର ଏପରି ଟେଣ୍ଡ ଆସୁଥିବାରୁ ରାଜ୍ୟରେ ସଂକ୍ରମଣ ପିକ୍‌ ଛୁଇଁ ସାରିଲାଣି ବୋଲି ଜଣାପଡିଛି । ୧୯ ତାରିଖ ଦିନ ରାଜ୍ୟରେ ସର୍ବାଧିକ ଦୈନିକ ସଂକ୍ରମଣ ଚିହ୍ନଟ ହୋଇଥିଲା । ସେହିଦିନ ୧୧ ହଜାର ୬୦୭ ଜଣ ପଜିଟିଭ୍‌ ମାମଲା ଆସିଥିଲା । ୨୦ ତାରିଖରେ ୧୦ ହଜାର ୩୬୮ କେସ୍‌ ଆସିଥିଲା । ଏହାପର ଠାରୁ ୧୦ ହଜାର ତଳେ ରହିଛି ଦୈନିକ ମାମଲା । ସେହିପରି,ଦେଶରେ ଏବେ କରୋନା ସ୍ଥିତି ପ୍ଲାଟ୍ୟୁ ବା ସ୍ଥିର ସ୍ଥିତିକୁ ଆସିଯାଇଥିବାର ସଙ୍କେତ ମିଳୁଛି ବୋଲି କହିଛନ୍ତି କେନ୍ଦ୍ର ସରକାର । ଅର୍ଥାତ୍‌ ତୃତୀୟ ଲହରର ଶୀର୍ଷ ବା ପିକ୍‌ ଅତିକ୍ରମ କରିଯାଇଛି ବୋଲି ଆକଳନ କରାଯାଉଛି । ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, ହରିୟାଣା, ପଶ୍ଚିମବଂଗରେ ସଂକ୍ରମଣ କମୁଛି । ତେବେ କେରଳ, କର୍ଣ୍ଣାଟକ, ତାମିଲନାଡୁ, ଗୁଜରାଟ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନରେ ଏବେ ବି ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି ।

hiranchal ad1
Leave A Reply

Your email address will not be published.

4 × one =