ବେଲପଡ଼ା ଆଦିବାସୀ କଲ୍ୟାଣ ସଂଘ ତରଫରୁ ନୂଆଁଖାଇ ଭେଟଘାଟ

0 286

ପାଟଣାଗଡ଼,୧୦/୧୦- ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ଅନ୍ତର୍ଗତ କପାଣି ବସ ଷ୍ଟେସନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆହ୍ୱାନକ୍ରମେ ବେଲପଡା ବ୍ଲକ ଆନୁକୂଲ୍ୟରେ ନୂଆଁଖାଇ ଭେଟଘାଟ ଅନଷ୍ଠିତ ହୋଇଯାଇଛି । କପାଣି ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରୁ ଦେବାଦେବୀ ପୂଜାର୍ଚ୍ଚନା ପରେ ସଶସ୍ତ୍ର ଆଦିବାସୀମାନେ ଡକା ବାଦ୍ୟ ତାଳେ ତାଳେ ନାଚି ନାଚି ହଜାର ସଂଖ୍ୟାରେ ଆଦିବାସୀମାନେ ଗାଁ ପରିକ୍ରମା କରି ସଭାସ୍ଥଳକୁ ପହଞ୍ଚିଥିଲେ । ସଭାରେ ଶ୍ରୀଯୁକ୍ତ ଡମ୍ବରୁ ଧରୁଆଙ୍କ ସଭା ସଞ୍ଚାଳନ ରେ ବେଲପଡା ବ୍ଲକ ସଭାପତି ଶ୍ରୀଯୁକ୍ତ ବସନ୍ତ ମାଝୀଙ୍କ ସଭାପତିତ୍ୱରେ ଉପସ୍ଥିତ ନିମନ୍ତ୍ରିତ ଅତିଥିଙ୍କୁ ମଞ୍ଚରେ ମଞ୍ଚାସିନ ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସଭାରେ ନୂଆଁଖାଇ ପାଳନ ସହ ଆଦିବାସୀ ମାନଙ୍କର ନୂଆଁଖାଇ ସହ ଥିବା ଗୂଢ ରହସ୍ୟ ତଥା କଳା, ସଂସ୍କୃତି, ପରମ୍ପରା, ଐତିହ୍ୟ, ଭାସ୍କର୍ଯ୍ୟ ,ଲୁକ୍କାୟିତ ପ୍ରତିଭା କୁ ପୁନର୍ଜିବିତ କରି ଯୁଗ ଯୁଗ ବଞ୍ଚେଇବା ପାଇଁ ଆଲୋଚନା ହୋଇଥିଲା । ଆଦିବାସୀମାନେ ପରମ୍ପରା ନାଁ ରେ ମଦ ନିଶାରେ ନିଜକୁ ନବୁଡେଇ ମୁଖ୍ୟସ୍ରୋତରେ ସାମିଲ ହୋଇ ଶିକ୍ଷା, ଚାକିରୀ, ରାଜନୀତି, ବ୍ୟବସାୟ ଓ ଅନେକ ସଫଳ ମାର୍ଗରେ ନିଜକୁ ନିୟୋଜିତ କରି ସଫଳତା ହାସଲ କରିଥିବା ଜନସାଧାରଣଙ୍କ ସହ ତାଳ ଦେବାକୁ ବକ୍ତାମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଜିଲ୍ଲାର ଯେକୌଣସି ଜାଗାରେ ଯଦି ଅଣସଂରକ୍ଷିତ ଥିବା ଆସନରେ ଆଦିବାସୀ ଲୋକଙ୍କୁ ପୂର୍ଣ୍ଣ ସମର୍ଥନ କରି ଜିତେଇବା ପାଇଁ ନିଷ୍ପତ୍ତି ନେଇଥିଲେ ଓ ଜନଜାତି ମାନଙ୍କ ପାଇଁ ଥିବା ଆସନରେ ନିର୍ବାଚନ ନକରି ନିର୍ଦନ୍ଦ୍ୱରେରେ ଚୟନ କରାଯିବାକୁ ଆହ୍ୱାନ ଦେଇଥିଲେ ଅତିଥିଗଣ । ଆଜିର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ଶ୍ରୀ ନିରଞ୍ଜନ ବିଶି, ମୁଖ୍ୟବକ୍ତା ଭାବରେ ଆୟୋଜକ ପୁରୁଷୋତ୍ତମ ଧରୁଆ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଉପସଭାପତି ଶ୍ୟାମ ସୁନ୍ଦର ଭୋଇ ଅନ୍ୟତମ ଅତିଥି ଭାବରେ ସତ୍ୟନାରାୟଣ ଭୋଇ, ବନଳତା ମାଝୀ, ମାହେଶ୍ୱରୀ ମାଝୀ, ଖେଳନ୍ତି ସମରଥ, ଅଷ୍ଟରତ୍ନ ବରିହା, ଅଚ୍ୟୁତ ଧରୁଆ, ହେମେନ୍ଦ୍ର ହାଁସଦା, ପଦ୍ମନ ପଧାନୀ, ନିତ୍ୟା ମାଝୀ, ପ୍ରଫୁଲ୍ଲ ତୁମୁନିଆ, ଟଙ୍କଧର ଧରୁଆ, ଦଶରଥ ଛତ୍ରୀଆ, ବିପ୍ର ବିଶି, ନାରାୟଣ କିଷାନ, ଗିରିରାଜ ଭୋଇ, ସାରଥୀ ବାଗ, ରାଜକିଶୋର ଛତ୍ରିଆ ,ଡମ୍ବରୁ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

seven + twenty =