ପାଟଣାଗଡ଼ରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଉପରେ ତାଲିମ ଶିବିର

0 72

ପାଟଣାଗଡ,୨୨/୧୦- ପାଟଣାଗଡ଼ ବ୍ଳକ ଅଧିନସ୍ଥ ଥିବା ୯ ଗୋଟି ଜଳବିଭାଜିକାର ସଭାପତି ଓ ସଂପାଦକ ମାନଙ୍କୁ ନେଇ ପାଟଣାଗଡ଼ସ୍ଥିତ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଉପରେ ଏକ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ଏଡିଏସିସି ତଥା ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥାର ରଜନୀ କୁମ୍ଭାର ଯୋଗଦେଇ ଜଳବିଭାଜିକାର ଆବଶ୍ୟକ କାଗଜ ପତ୍ର ଉପରେ ଏହାର ସଠିକ ଲିଖନ ଉପରେ ସବିଶେଷ ଆଲୋଚନା କରିବାସହ ଜଳବିଭାଜିକା କମିଟିର ବିଭିନ୍ନ ଦାୟିତ୍ୱ ଉପରେ ସମ୍ୟକ ସୂଚନା ଦେଇଥିଲେ । ଜଳବିଭାଜିକା କାର୍ଯ୍ୟକ୍ରମରେ ପ୍ରାକୃତିକ ସମ୍ବନ୍ଧରେ ସଠିକ ପରିଚାଳନା ଓ ସୁବିନିଯୋଗ କରିବା ଉପରେ ନିଆଯାଇଥିବା ବିଭିନ୍ନ ପଦ୍ଧତି ଉପରେ ଓଭରସିଅର ପ୍ରଫୁଲ୍ଲ କୁମାର ପ୍ରଧାନ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତିର ବ୍ଳକ ସଂଯୋଜକ ବିଭୁତି ମିଶ୍ର ଯୋଗଦେଇ ସ୍ୱଂୟ ସହାୟିକା ଗୋଷ୍ଠି ମାନଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ଆୟସୃଷ୍ଟିକାରୀ କାର୍ଯ୍ୟ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । ଆରଏସଡିଇ ତାଲିମ ଅନୁଷ୍ଠାନ ବଲାଙ୍ଗିରର ପରିଚାଳନା ନିର୍ଦ୍ଦେଶକ ତରଣୀସେନ ମେହେର ଯୋଗଦେଇ ଜଳବିଭାଜିକା ଅଞ୍ଚଳରେ ଥିବା ସ୍ୱୟଂସହାୟିକା ଗୋଷ୍ଠି ,ଚାଷିମାନଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଏବଂ ଏହାର ଉପକାରିତା ଉପରେ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆରଏସଡିଇ ସଂସ୍ଥାର କିଶୋର ଚନ୍ଦ୍ର ନୀନା ଓ କେଶବ ଗଡତିଆ ଉପସ୍ଥିତ ଥିବାବେଳେ ଜଳବିଭାଜିକା ଉନ୍ନୟନ ଦଳର ସଦସ୍ୟ ସୌକିଲାଲ ସାହୁ ଓ ରାଜକୁମାର ମାରାଣ୍ଡି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

five × five =