ପାଟଣାଗଡ଼ରେ ଜାତୀୟ ଶିଶୁ କନ୍ୟା ସୁରକ୍ଷା ଦିବସ ପାଳିତ

0 100

ପାଟଣାଗଡ଼,୨୮/୧:- ପାଟଣାଗଡ଼ ପ୍ରଶାସନ ପକ୍ଷରୁ ଓ ଜିଲ୍ଲା ଶିଶୁ କନ୍ୟା ସୁରକ୍ଷା ୟୁନିଟଙ୍କ ମିଳିତ ଆନୁକୁଲ୍ୟରେ ବ୍ରହ୍ମପୁରାସ୍ଥିତ ସୁଭଦ୍ରା ଭବନ ଠାରେ ଜାତୀୟ ଶିଶୁକନ୍ୟା ସୁରକ୍ଷା ଦିବସ ପାଳିତ ହୋଇଯାଇଛି । ଉପଜିଲ୍ଲାପାଳ ଡ. ବିଜୟା ନନ୍ଦ ସେଠି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଚୁଡ଼ାମଣି ପଣ୍ଡା, ପ୍ରୋଗ୍ରାମ ମ୍ୟାନେଜର ଦେବାଶିଷ ପଟେଲ, ସଦସ୍ୟା ରାୟସୁନା କୁମ୍ଭାର, ଋକସନ ସୁନା , ବିଡ଼ିଓ ସୁମନ୍ତ କୁମ୍ଭାର, ଏବିଇଓ ପବିତ୍ର ଧରୁଆ, ଆଇସିଡିଏସ ସୁପରଭାଇଜର ତପସ୍ୱିନୀ ସୁନା, ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ କାମଫାଳ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ଉପଜିଲ୍ଲାପାଳ ଶ୍ରୀ ସେଠୀଙ୍କ ନେତୃତ୍ୱରେ ବାଳିକା ଉଚ୍ଚବିଦ୍ୟାଳୟର ଶତାଧିକ ଛାତ୍ରୀ ,ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସମେତ ବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ବେଟି ବଞ୍ଚାଅ ବେଟି ପଢାଓ ଆଦି ବିଭିନ୍ନ ସ୍ଳୋଗାନ ମାନ ଦେଇ ସୁଭଦ୍ରା ଭବନ ଠାରେ ପହଞ୍ଚିଥିଲେ । ଆୟୋଜିତ ଜାତୀୟ ଶିଶୁ କନ୍ୟା ସୁରକ୍ଷା ସଚେତନତା ସଭାରେ ଅତିଥିମାନେ ସମାଜରେ କ୍ରମଶଃ ଝିଅମାନଙ୍କ ସଂଖ୍ୟା ହ୍ରାସ ପାଇଥିବା ସହ କନ୍ୟାସନ୍ତାନ ଏକ ଅମୂଲ୍ୟ ରତ୍ନ ବୋଲି କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଶିଶୁ କନ୍ୟା ସୁରକ୍ଷା ଉପରେ ବକ୍ତୃତା ଦେଇଥିବା ନବମ ଓ ଦଶମ ଶ୍ରେଣୀର ଛାତ୍ରୀ କାଜଲ ମେହେର, ରାକ୍ଷୀ ମେହେର, ବିଦ୍ମୁସ୍ମିତା ମେହେର, ପୂଜା ମେହେର, ନିଶା କଠାର, ସ୍ମୃତିରେଖା ସାହୁଙ୍କୁ ମୁଖ୍ୟଅତିଥି ଶ୍ରୀ ସେଠୀ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏନଏସି ଅଞ୍ଚଳର ଅଙ୍ଗନୱାଡ଼ି କର୍ମୀ, ଆଇସିଡିଏସ ସୁପରଭାଇଜରମାନେ ଉପସ୍ଥିତ ରହି ସହଯୋଗ କରିଥିବାବେଳେ ବିଡ଼ିଓ ଶ୍ରୀ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

14 + eleven =