ପାଟଣାଗଡ଼, ୬/୯- ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱ ପ୍ରତି ଆସ୍ଥା ଭାଜନ ହେବାସହ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ଦିନକୁଦିନ ବିଜେଡି ଦଳରେ ଯୋଗଦାନ ଯୋଗୁଁ କର୍ମୀ ସଂଖ୍ୟା ବଢ଼ିବାରେ ଲାଗିଛି । ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ବିଧାୟକ ସରୋଜ କୁମାର ମେହେରଙ୍କ ଉପସ୍ଥିତିରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ତେଣ୍ଡାପଦର ପଞ୍ଚାୟତ ର ୩୭ ଜଣ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେଡିରେ ଯୋଗଦାନ କରିଛନ୍ତି । ଦଳୀୟ ସକ୍ରିୟ କର୍ମକର୍ତ୍ତା କର୍ମୀଙ୍କୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ସଂଗଠନ ବିଷୟରେ ଆଲୋଚନା କରାଯାଇଥିଲା । ନୂତନ ଭାବେ ଯୋଗଦାନ କରିଥିବା ବିଜେଡି କର୍ମୀମାନଙ୍କୁ ଉତ୍ସାହିତ କରିଥିବା ସହ ଦଳକୁ ତୃଣମୂଳ ସ୍ତରରେ ମଜଭୁତ କରିବାପାଇଁ ସମସ୍ତ କର୍ମୀମାନଙ୍କୁ ବିଧାୟକ ଶ୍ରୀ ମେହେର ପରାମର୍ଶ ଦେଇଥିଲେ । ଏଥିରେ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।