ପାଟଣାଗଡ଼ ଉପଖଣ୍ଡସ୍ତରୀୟ ଯୁଗ୍ମ ଜନଅଭିଯୋଗ ଶୁଣାଣୀ ଶିବିର

0 128

ପାଟଣାଗଡ଼,୧୯/୪- ପାଟଣାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଖଣ୍ଡସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଶହେ ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିବା ବେଳେ ୪୩ ଜଣ ଅଭିଯୋଗକାରୀଙ୍କ ଶୁଣାଣି ବିଚାରକୁ ନିଆଯାଇଥିଲା । ଅଭିଯୋଗ ମଧ୍ୟରେ ପାନୀୟ ଜଳ ସମସ୍ୟା, ସମବାୟ ସମିତି, କୃଷି, ମନରେଗା, ଆବାସ ଯୋଜନା, ବିଦ୍ୟୁତ, ଭତ୍ତା, ଖାଦ୍ୟ ଯୋଗାଣ ଆଦି ବିଷୟକୁ ଗୁରୁତ୍ୱର ନେଇ ତୁରନ୍ତ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ରେଡକ୍ରସ ତରଫରୁ ହିତାଧିକାରୀ ମାନଙ୍କୁ ତତ୍କାଳୀନ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ବୋଲି ଉପଜିଲ୍ଲାପାଳ ଡ଼. ବିଜୟା ନନ୍ଦ ସେଠୀ ସୂଚନା ଦେଇଛନ୍ତି । ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର, ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ସିଂହଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ତିନୋଟି ବ୍ଲକର ବିଡିଓ, ତହସିଲଦାର, ବନବିଭାଗ ଅଧିକାରୀ , ଶିକ୍ଷା ବିଭାଗ , ଅବକାରୀ ବିଭାଗ, ଗ୍ରାମ୍ୟ ପାନୀୟଜଳ ବିଭାଗ ,ଖାଦ୍ୟ ଓ ଯୋଗାଣ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

seventeen + twelve =