ସାମନ୍ଥାଙ୍କଠୁ ଅଲଗା ହେବା ପରେ ଦ୍ୱିତୀୟ ବିବାହ ଯୋଜନା କଲେଣି ନାଗା ଚୌତନ୍ୟ

0 67

ସାମନ୍ଥା ରଥ ପ୍ରଭୁ ଏବଂ ନାଗା ଚୌତନ୍ୟ ଅଲଗା ହେବାର ଦୀର୍ଘ ଦିନ ହୋଇଗଲାଣି । ଉଭୟ ଏକଦା ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ତଥା ହିଟ୍‌ ଦମ୍ପତିମାନଙ୍କ ମଧ୍ୟରୁ ଜଣେ ଥିଲେ । ଦୁହେଁ ଦୀର୍ଘ ସମୟ ଧରି ସଂପର୍କରେ ରହିବା ପରେ ଉଭୟ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ଦୁହେଁ ଅଲଗା ହୋଇଯାଇଥିଲେ । ତେବେ ସେମାନଙ୍କ ପୃଥକତା ସମ୍ପର୍କରେ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । କିନ୍ତୁ ଦୁହିଁଙ୍କ ଅଲଗା ହେବା କାରଣରୁ ପ୍ରଶଂସକମାନେ ଏକ ବଡ ତଟକା ପାଇଥିଲେ । ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି ଯାହା ପ୍ରଶଂସକ ଓ ସାମନ୍ଥାଙ୍କୁ ବଡ ଝଟକା ଦେବ । ଏହି ଖବର ନାଗାଙ୍କ ସହିତ ଯୋଡିତ ।
ଖବର ଅନୁଯାୟୀ ନାଗା ସାମାନ୍ଥଙ୍କଠାରୁ ଅଲଗା ହେବା ପରେ ବର୍ତ୍ତମାନ ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି । ଏବିପି ଲାଇଭ ରିପୋର୍ଟ ଅନୁଯାୟୀ, ସାମନ୍ଥାଙ୍କଠାରୁ ଅଲଗା ହେବା ପରେ ନାଗା ଦ୍ୱିତୀୟ ବିବାହ ଯୋଜନା କରୁଛନ୍ତି । ତେବେ ଏହି ବିଷୟରେ ଅଭିନେତାଙ୍କଠାରୁ କୌଣସି ଅଫିସିଆଲ୍‌ ମନ୍ତବ୍ୟ ଆସିନାହିଁ । କୁହାଯାଉଛି ଯେ ସାମନ୍ଥାଙ୍କଠାରୁ ଅଲଗା ହେବା ପରେ ନାଗା ଭାଙ୍ଗି ପଡିଛନ୍ତି ଏବଂ ସେ ଏକାକୀ ଅନୁଭବ କରୁଛନ୍ତି । ଏହି କାରଣରୁ ନାଗା ବର୍ତ୍ତମାନ ପୁନର୍ବାର ବିବାହ କରିବାକୁ ଯୋଜନା କରୁଛନ୍ତି । କିନ୍ତୁ କୌତୁହଳର ବିଷୟ ହେଉଛି ନାଗା ବର୍ତ୍ତମାନ କୌଣସି ଅଭିନେତ୍ରୀଙ୍କୁ ବିବାହ କରିବେ ନାହିଁ ବୋଲି ମନସ୍ଥ କରିଛନ୍ତି । ନାଗା ଏବେ ଦ୍ୱିତୀୟ ବିବାହ ପାଇଁ ମାନସିକ ଓ ଭାବନାତ୍ମକ ଭାବେ ନିଜକୁ ପ୍ରସ୍ତୁତ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

5 × 5 =