ପାଟଣାଗଡ଼ ଏନ୍‌ଏସିର ପ୍ରଥମ ବୈଠକ, ସହର ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ ନେଇ ଆଲୋଚନା

0 115

ପାଟଣାଗଡ଼,୨୧/୪- ପାଟଣାଗଡ଼ ଏନ୍‌ଏସି କାର୍ଯ୍ୟାଳୟ ସଭାଗୃହ ଠାରେ ନବ ନିର୍ବାଚିତ କାଉନସିଲର ମାନଙ୍କୁ ନେଇ ପ୍ରଥମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନ୍‌ଏସି ଅଧ୍ୟକ୍ଷା ମାନସୀ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ସାସଂଦ ଙ୍କ ପ୍ରତିନିଧି ସନ୍ତୋଷ ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବୈଠକରେ ପାଟଣାଗଡ଼ ସହର ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବାସହ ତୁରନ୍ତ ଏହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ମୁଖ୍ୟତଃ ପାନୀୟ ଜଳ ସମସ୍ୟା, ଆଲୋକୀକରଣ, ଟିକସ ଆଦାୟ ଉପରେ ଗୁରୁତ୍ୱ ଦେଇ ଅଧକ୍ଷା ଶ୍ରୀମତୀ ବିଶ୍ୱାଳ ଦୋକାନ ଗୁଡ଼ିକର ଭଡ଼ା ବୃଦ୍ଧି , ମୃତ ବ୍ୟକ୍ତିଙ୍କ ନାମରେ ଥିବା ଦୋକାନ ଗୃହ ଗୁଡ଼ିକର ମାଲିକାନା ପରିବର୍ତ୍ତନ ,ହୋଡିଂ ଟିକସର ଭେଲୁଏସନ ପାଇଁ ସରକାରଙ୍କୁ ଚିଠି ପ୍ରଦାନ, ଓମଫେଡ୍‌ କମ୍ପାନୀକୁ କଲେଜ ଛକଠାରେ ଏକ ଦୋକାନ ଗୃହ ଦେବାପାଇଁ ଅନୁମତି ପ୍ରଦାନ , ସାପ୍ତାହିକ ପନିପରିବା ବଜାର , ସାଇକେଲ ଷ୍ଟାଣ୍ଡ , ବସଷ୍ଟାଣ୍ଡ ପାର୍କିଂ ଫି ଆଦାୟ ପାଇଁ ନିଲାମ ଡାକିବା ,ଟ୍ରେଡ ଲାଇସେନ୍ସରେ ନୂତନ ବ୍ୟବସାୟୀମାନଙ୍କୁ ସାମିଲ କରିବା, ଭଡ଼ା ଘର ହିସାବରେ ଧାର୍ଯ୍ୟ କରିବା ସହ ୨୯୦ ଜଣ ଷ୍ଟ୍ରିପ ଭେଣ୍ଡରଙ୍କୁ ପରିଚୟପତ୍ର ପ୍ରଦାନ ଓ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ୫ ଜଣ କର୍ମଚାରୀଙ୍କ ଦରମା ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏନଏସି ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମେହେର , ଏନ୍‌ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଗୈାରହରୀ ମହନ୍ତ , କନିଷ୍ଠ ଯନ୍ତ୍ରୀ ବରୁଣ ସା ,ଓ ଜଗନ୍ନାଥ ଗଉଡଙ୍କ ସମେତ ସମସ୍ତ କାଉନସିଲ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

12 − 8 =