ଦଶପଲ୍ଲାରେ ପୁଣି ସକ୍ରିୟ ହେଲେ ଲୁଟେରା, ମହିଳାଙ୍କ ବେକରୁ ସୁନା ଚେନ୍‌ ଲୁଟ୍‌

0 515

ଦଶପଲ୍ଲା,୨୧/୪: କରୋନା କଟକଣା ଯୋଗୁଁ ୨ ବର୍ଷର ବ୍ୟବଧାନ ପରେ ଭାରତ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଲୋକଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦିପନା ଲାଗିରହିଛି । ଏହି ଜନଗହଳିର ସୁଯୋଗ ନେଇ କିଛି ଦୁର୍ବୃତ୍ତ ଲୁଟ୍‌ପାଟ୍‌ କରିଥିବା ଜଣାପଡ଼ିଛି । ଯାହାକି ସ୍ଥାନୀୟ ମହାନ୍ତି ସାହି ଗ୍ରାମର ସନ୍ତୋଷ କୁମାର ପଣ୍ଡାଙ୍କ ପତ୍ନୀ ଶ୍ରଦ୍ଧାଞ୍ଜଳି ପଣ୍ଡାଙ୍କ ବେକରୁ ଏକ ସୁନା ଚେନ୍‌ ଲୁଟ୍‌ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଲୁଟ୍‌ ଚେନ୍‌ର ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ସେ କହିଛନ୍ତି । ଏନେଇ ଦଶପଲ୍ଲା ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରିରହିଛି ।

hiranchal ad1
Leave A Reply

Your email address will not be published.

14 + 19 =