ଆଜିଠାରୁ ଅନୁଷ୍ଠିତ ହେବ କୁଆଁରିଆ ମହୋତ୍ସବ – ୨୦୨୨

0 91

ଦଶପଲ୍ଲା,୨୧/୪: – ଆଜିଠାରୁ ଅର୍ଥାତ୍‌ ୨୧ ତାରିଖ ଠାରୁ ୨୩ ତାରିଖ ୩ ଦିନ ଧରି ଦଶପଲ୍ଲାରେ ଅନୁଷ୍ଠିତ ହେବ କୁଆଁରିଆ ମହୋତ୍ସବ – ୨୦୨୨ । ମହୋତ୍ସବ କମିଟି ପକ୍ଷରୁ ବିଭିନ୍ନ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏହି ମହୋତ୍ସବରେ କଳାହାଣ୍ଡିର ଘୁମୁରା ନୃତ୍ୟଠାରୁ ଆରମ୍ଭକରି କେନ୍ଦ୍ରାପଡ଼ାର ଗଡ୍‌ମେକର୍‌ , ଦୁରିଆ ଜନଜାତିଙ୍କ ଦ୍ୱାରା ‘ ବିରିଲି ନୃତ୍ୟ ’ , ବଲାଙ୍ଗୀରର ଦୁଲୁଦୁଲି ନୃତ୍ୟ , କୋରାପୁଟ ଜିଲ୍ଲା ଜୟପୁର କଳାକେନ୍ଦ୍ରର ଓଡ଼ିଶୀ ନୃତ୍ୟ , ପୁରୀର ରଙ୍ଗଶାଳା , ପରଜା ଜନଜାତିଙ୍କ ଦ୍ୱାରା ‘ ଢେମ୍‌ ନୃତ୍ୟ ’ , ମୟୂରଭଞ୍ଜର ଛଉନୃତ୍ୟ , ଗୋଟିପୁଅ ନୃତ୍ୟ , ଗଞ୍ଜାମର ପଶୁମୁଖା ସହ କୁଟିଆ ଜନଜାତିଙ୍କ ଦ୍ୱାରା ‘ ଢାପ୍‌ ’ ଆଦି ନୃତ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏପରିକି କାର୍ଯ୍ୟକ୍ରମରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସମେତ ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ମହୋତ୍ସବ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

nineteen + 11 =