ଖପ୍ରାଖୋଲ ଚାରିଛକରେ ଥିବା ଥଣ୍ଡା ପାନୀୟଜଳ ଅଚଳ

0 133

ପାଟଣାଗଡ/ଖପ୍ରାଖୋଲ,୭/୪- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଚାରିଛକ ନିକଟରେ ଥିବା ଥଣ୍ଡା ପାନୀୟଜଳ ଦୀର୍ଘଦିନ ଅଚଳ ହୋଇ ପଡ଼ିରହିଛି । ପ୍ରଚଣ୍ଡ ଖରାରେ ରାସ୍ତାରେ ହଜାରହଜାର ଲୋକ ସ୍କୁଲ କଲେଜ ଛାତ୍ରଛାତ୍ରୀ ଯିବାଆସିବା କରୁଥିବାବେଳେ ଏହି ଚାରିଛକ ନିକଟରେ ଥିବା ଥଣ୍ଡା ପାନୀୟଜଳ ଉପରେ ନିର୍ଭର କରିଥାନ୍ତି । ହେଲେ ପ୍ରଶାସନର ରକ୍ଷଣାବେକ୍ଷଣ ଅଭାବରୁ ଆଜି ରାସ୍ତାରେ ଯାଉଥିବା ଲୋକେ ପାଣି ମୁନ୍ଦେ ପାଇବାରୁ ବଞ୍ଚିତ ହୋଇଛନ୍ତି । ଜନସାଧାରଣ, କଲେଜ ଓ ସ୍କୁଲ ଛାତ୍ର-ଛାତ୍ରୀ ଯାତାୟାତ ବେଳେ ଚାରିଛକର ପିଇବାପାଣି ଅଚଳ ହୋଇ ପଡ଼ିଥିବାରୁ ବହୁତ ଅସୁବିଧା ହେଉଥିବା କହିଛନ୍ତି । ଖପ୍ରାଖୋଲ ଚାରିଛକ ନିକଟରେ ଥିବା ଥଣ୍ଡା ପାନୀୟଜଳ ପ୍ରକଳ୍ପ ସମସ୍ୟା ଆଜିପର୍ଯ୍ୟନ୍ତ ଅଚଳ ଭାବେ ପଡ଼ିରହିଛି । ଏବେ ଖରାଦିନ ଆରମ୍ଭ ହୋଇଯାଇଥିବାରୁ ପାନୀୟ ଜଳ ସଙ୍କଟ ଆହୁରି ବୃଦ୍ଧି ପାଇବା ନିଶ୍ଚିତ । ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ଓ ଖପ୍ରାଖୋଲ ପାନୀୟଜଳ ଯୋଗାଣ ବିଭାଗ ୧୫୦ ରୁ ୩୦୦ ମିଟର ପାଖରେ ଥାଇ ମଧ୍ୟ କାହିଁକି ପ୍ରଶାସନର ନଜର ପଡୁନାହିଁ ବୋଲି ଜନସାଧାରଣ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଏଥିସହ ତୁରନ୍ତ ଖପ୍ରାଖୋଲ ଚାରିଛକ ନିକଟରେ ଅଚଳ ହୋଇ ପଡିରହିଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପକୁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାସହ ମରାମତି କରିବାପାଇଁ ଜନସାଧାରଣରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

nineteen + five =