ପାଞ୍ଚ ଦଫା ଦାବୀ ନେଇ ରାସ୍ତା ଅବରୋଧ

0 168

ପାଟଣାଗଡ଼,୨୧/୯- ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଧୂମାଭଟା ଠାରେ ସଇଁତଳା ବେଲପଡ଼ା ଓ ପାଟଣାଗଡ଼ ମୁରିବାହାଲ ସଂଯୋଗ କରୁଥିବା ଧୂମାଭଟା ଚାରି ଛକୁ ଠାରେ ବେଲପଡ଼ା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ସରକାରୀ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସ୍କୁଲ ଫି ଛାଡ, ପ୍ରତ୍ୟେକ ପରିବାରକୁ ମାସିକ ଦଶ ହଜାର ଟଙ୍କା ସହାୟତା, ମନରେଗା ଯୋଜନାରେ ପ୍ରତି ପରିବାରକୁ କାମ ସହ ସାପ୍ତାହିକ ମଜୁରୀ ପ୍ରଦାନ, ଲାନ୍ଥ ନଦୀରେ ବ୍ରିଜ ନିର୍ମାଣ ସହ ଚାଷୀ ମାନଙ୍କ ଜମିକୁ ପାନୀୟଜଳ ଯୋଗାଣ ଆଦି ୫ ଦଫା ଦାବି ନେଇ ଆଜି ରାସ୍ତା ଅବରୋଧ କରିଥିଲେ । ଆନ୍ଦୋଳନକାରୀଙ୍କ ସହ ବେଲପଡ଼ା ତହସିଲଦାର ପ୍ରଶାନ୍ତି ପ୍ରଧାନ ପହଂଚି ଆଲୋଚନା କରି ମରୁଡି ପରିସ୍ଥିତି ଅନୁଧ୍ୟାନକରି ସରକାରଙ୍କ ଅବଗତ କରି ସମାଧାନ କରିବା ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧରୁ ଓହରିଥିଲେ । ବନମାଳୀ ନାଏକଙ୍କର ନେତୃତ୍ୱରେ ଶୁସିଲ କୁମାର ବୁଡେକ, ଶ୍ରୀକାନ୍ତ ନାଏକ ସୁଶାନ୍ତ ସାହୁ,ପିମ୍ବାବର ରଣା, ତିର୍ଥ ସାହୁ, କମଲଲୋଚନ ନାଏକ, ଡଙ୍ଗର ବୁଡେକ, ତରଣୀ ବାବ, ଭାବଗ୍ରାହୀ ବୁଡେକ, ସତ୍ୟ ବୁଡେକ, ଭିଶ୍ମ କରଣ, ପ୍ରଦିପ ସାହୁ, କିର୍ତି ଦେଓ, ଲକ୍ଷ୍ମୀଧର ବୁଡେକ ପ୍ରକାଶ ବୁଡେକ, ପ୍ରଶାନ୍ତ ନାଏକ, ଡମ ମଲ୍ଲିକ, ରାଜେଶ ବୁଡେକ, ଦୁଃଖୀଶ୍ୟାମ ବୁଡେକ, ରଚେ ମଲ୍ଲିକ, ଶକ୍ର ମଲ୍କିକ, ହାଡୁ ରଣା, ଗୁଣନିଧି ବୁଡେକ ପ୍ରମୁଖ ଶତାଧିକ ଚାଷୀ ଅଂଶଗ୍ରହଣକରିଥିଲେ ।

hiranchal ad1
Leave A Reply

Your email address will not be published.

one × two =