ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତ ପ୍ରଶାସନ

0 198

ପୁରୀ : ମୁକ୍ତ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭୟମୁକ୍ତ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି କରିଛି । ପିପିଲି ଆସନ ପାଇଁ ୩୪୮ଟି ମତଦାନ କେନ୍ଦ୍ର କରାଯାଇଥିବା ବେଳେ ଭୋଟ ଦେବେ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର । ନିର୍ବାଚନ ମଇଦାନରେ ପ୍ରତିଦ୍ୱଦନ୍ଦିତା କରୁଥିବା ୧୦ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ । ପ୍ରାୟ ୧୭୫ ଟି ମତଦାନ କେନ୍ଦ୍ରରେ ଲାଗିସାରିଲେଣି ସିସିଟିଭି ଯାହାର ସିଧା ପ୍ରସାରଣ କରାଯିବ ଏହା ଉପରେ ସ୍ୱତନ୍ତ୍ର ନଜର ରଖିବ ପ୍ରଶାସନ । ଜୋନାଲ ସେକ୍ଟର ଅଫିସର ୩ଜଣ, ସେକ୍ଟର ଅଫିସର ୨୧ଜଣ, ଏଫ୍‌ଏସ୍‌ଟି ୩ ଟି ଟିମ, ଏସ୍‌ଏସ୍‌ଟି ୩ଟି ଟିମ, ୬ପ୍ଲାଟୁନ ବିଏସ୍‌ଏଫଙ୍କ କଡା ସୁରକ୍ଷା ବଳୟରେ ରହିବ ମତଦାନ କେନ୍ଦ୍ର । ପ୍ରତ୍ୟେକ ବୁଥରେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ରହିବା ସହିତ କୋଭିଡ ପାଇଁ ପ୍ରତ୍ୟେକ ଭୋଟରଙ୍କ ପାଇଁ ଗୋଟିଏ ଗ୍ଲୋବ୍ସ ସହିତ ମାସ୍କର ବ୍ୟବସ୍ଥା କରାଯାଇଛି । ବୟସ୍କ ବ୍ୟକ୍ତି ଓ ଦିବ୍ୟାଙ୍ଗମାନଙ୍କ ପାଇଁ ହୁଇଲ ଚେୟାରରେ ମତଦାନର ବ୍ୟବସ୍ଥା କରାଯାଇଥିବା ବେଳେ ୧୦୭୭ ଜଣ ମତଦାତା ସେମାନେ ସେମାନଙ୍କ ମତ ପୋଷ୍ଟାଲ ବାଲାଟ ମାଧ୍ୟମରେ ସେମାନଙ୍କ ମତଦାନ କରିସାରିଲେଣି । ସେପଟେ ପ୍ରଶାସନର ଏଭଳି ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି ବୁଦ୍ଧିଜୀବୀ । ପିପିଲି ଭଳି ସ୍ପର୍ଶକାତର ନିର୍ବାଚନ ମଣ୍ଡଳୀ ସିସିଟିଭିରେ ଭୋଟ ଦେବା ବ୍ୟବସ୍ଥା ନିର୍ବାଚନରେ ଭୟମୁକ୍ତ ନିର୍ବାଚନ କରିବାରେ ସହାୟକ ହେବ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

five × 4 =