ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0 142

ଫୁଲବାଣୀ,୨୫/୧୦- କନ୍ଧମାଳ ଜିଲ୍ଲା କ୍ରୀଡା ସଙ୍ଘ ପକ୍ଷରୁ ଫୁଲବାଣୀ ସଦର ମହକୁମାସ୍ଥିତ କରନେସନ ପଡିଆ ଠାରେ ଜିଲ୍ଲାସ୍ତରୀୟ ଫୁଟବଲ ଲିଗ ଟୁର୍ଣ୍ଣାମେଣ୍ଟ ୨୦୨୧ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୫ ତାରିଖଠାରୁ ଆରମ୍ଭହୋଇ ୨୪ ତାରିଖଦିନ ଉଦଯାପିତ ହୋଇଥିଲା । ଉକ୍ତ ଫୁଟବଲ ମ୍ୟାଚରେ କନ୍ଧମାଳ ଜିଲ୍ଲା ୧୬ ଗୋଟି ଦଳ ବୁଡ଼ାଦାନୀ, ନାରାୟଣୀ କ୍ଲବ ଜିରିଙ୍ଗିପଡା ଫୁଲବାଣୀ, ଭବାନୀ କ୍ଲବ ଫୁଲବାଣୀ, ସାରଙ୍ଗଗଡ଼, କଲାଡି, ରାୟଲଟାଉନ କ୍ଲବ ଫୁଲବାଣୀ, ପେଂଜିସାହି ଫୁଲବାଣୀ, ଖଜୁରିପଡା, ଜେଡି କ୍ଲବ ଫୁଲବାଣୀ, ଫୁଲବାଣୀ ଫୁଟବଲ ସଙ୍ଘ,ଜି ଉଦୟଗିରି,ଏସ ଡି ଏ ଏ ବାଲିଗୁଡା, ନେତାଜୀ କ୍ଲବ,କୁମ୍ଭାର ପଡା ଫୁଲବାଣୀ,ଫିରିଙ୍ଗିଆ,ରୟାଲ ଟାଉନ କ୍ଲବ ଫୁଲବାଣୀ ପ୍ରମୁଖ ଦଳ ଏହି ତୁର୍ଣ୍ଣାମେଣ୍ଟ ରେ ଭାଗ ନେଇଥିଲେ । ଟୁର୍ଣ୍ଣାମେଣ୍ଟ ର ଉଦଯାପନ ଦିବସରେ ସାରଙ୍ଗଗଡ଼ ବନାମ ଫିରିଙ୍ଗିଆ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଫିରିଙ୍ଗିଆ ଦଳ ସାରଙ୍ଗଗଡ଼ ଦଳକୁ ୨/୧ ଗୋଲରେ ହରାଇ ଚମ୍ପିୟାନ ହୋଇଥିଲା । ଉକ୍ତ ଟୁର୍ଣ୍ଣାମେଣ୍ଟ ଉଦଯାପନୀ ଦିବସର ମୁଖ୍ୟ ଅତିଥି ଭାବେ ଫୁଲବାଣୀର ଲୋକପ୍ରିୟ ନେତା ତଥା ଫୁଲବାଣୀ ବିଧାୟକ ଅଙ୍ଗଦ କଁହର ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଉଭୟ ଦଳ ଭଲ ଖେଳ ପ୍ରଦର୍ଶନ କରିଛନ୍ତି । ଖେଳିବା ଦ୍ୱାରା ଦେହ ମନ ସୁସ୍ଥ ରହିବ । ଏହିପରି ଖେଳିଲେ ଜୀବନରେ ଭଲ ଖେଳାଳୀଟିଏ ହୋଇପାରିବେ । ଦେଶ ବିଦେଶରେ ଯାଇ ଖେଳ ପ୍ରଦର୍ଶନ କରି ସୁନାମ ଅର୍ଜନ କରିପାରିବେ । କନ୍ଧମାଳ ଜିଲ୍ଲାରେ ଫୁଟବଲ ଖେଳର ଗୁରୁତ୍ୱ ରହିଛି ଗ୍ରାମାଞ୍ଚଳରେ ମଧ୍ୟ ଫୁଟବଲ ମ୍ୟାଚ ହେଉଛି । ଭଲ ଭଲ ଖେଳାଳୀ ସୁବିଧା ସୁଯୋଗ ନପାଇ ଲୁକ୍କାୟିତ ଭାବରେ ରହିଛନ୍ତି । ନବୀନ ସରକାର କ୍ରୀଡାର ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ଯୁବ ସମାଜ ପାଇଁ ଏବଂ ଉତ୍କର୍ଷ କ୍ରୀଡା ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି ବୋଲି କହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟତମ ଅତିଥି ଭାବେ କନ୍ଧମାଳ ଜିଲ୍ଲା କ୍ରୀଡା ସଙ୍ଘର ଉପସଭାପତି ବରିଷ୍ଠ ସାମ୍ବାଦିକ ଅରୂପ କୁମାର ଜେନା ଯୋଗଦେଇ ଉଭୟ ଦଳ ଖେଳ ପ୍ରଦର୍ଶନ କରିବାବାରେ କାହାକୁ କିଏ କମ ନୁହଁନ୍ତି । ଉଭୟ ଦଳ ଚିତାକର୍ଷକ ଖେଳ ପ୍ରଦର୍ଶନ କରିଛନ୍ତି । ଏହିଭଳି ଖେଳ ଖେଳିଲେ ଖେଳାଳିମାନେ କନ୍ଧମାଳ ଜିଲ୍ଲାର ଗୌରବ ଅର୍ଜନ କରିବେ ବୋଲି କହି ଖେଳାଳି ମାନଙ୍କ ମନବଳକୁ ବଢ଼ାଇଥିବା ବେଳେ ଜିଲ୍ଲା କ୍ରୀଡା ସଙ୍ଘର ସାଧାରଣ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ତ୍ରିପାଠୀ କ୍ରୀଡା ନିମନ୍ତେ ପ୍ରକୃଷ୍ଟ ଭିତ୍ତିଭୂମିର ଅଭାବ ରହିଛି । ତେଣୁ ଜିଲ୍ଲାରେ କ୍ରୀଡ଼ାର ବିକଶିତ ହେବାରେ ବାଧା ସୃଷ୍ଟି ହେଉଛି ବୋଲି କହିଥିଲା ବେଳେ ଉଭୟ ଦଳ ଶାନ୍ତି ଶୃଙ୍ଖଳା ସହ ଅତି ସୁନ୍ଦର ଖେଳ ପ୍ରଦର୍ଶନ କରିଥିବାରୁ ଉଭୟ ଦଳ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମୁଖ୍ୟଅତିଥି ଟୁର୍ଣ୍ଣାମେଣ୍ଟ ରେ ବିଜୟ ହୋଇଥିବା ଫିରିଙ୍ଗିଆ ଚମ୍ପିୟାନ ଦଳକୁ ଉଇନିଙ୍ଗ ରନିଙ୍ଗ ଟ୍ରଫି ପ୍ରଦାନ କରିଥିବା ବେଳେ ପରାଜିତ ଦଳ ସାରଂଗଡ଼କୁ ରନର୍ସ ଟ୍ରଫି ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ଠାରୁ ଉଦଯାପନ ଦିବସ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ସହ ଖେଳ ପରିଚାଳନା କରିଥିବା ଖେଳ ଶିକ୍ଷକ ଶଙ୍କର ବେହେରା,ଶ୍ୟାମ ସୁନ୍ଦର ସାହା ,ସୋରାଜ୍ୟ ମୁନୀ, ସତ୍ୟନାରାୟଣ ମୁଖୀ, ସପନେସ୍ୱର କଁହର, ସୁଶୀଲ କଁହର, ଉଦୟ ଶଙ୍କର କଁହର, ସୁନିଲ ବେହେରା, ଶମ୍ଭୁ ପ୍ରସାଦ ମଲ୍ଲିକ, କନ୍ଧମାଳ ର ବିରଳ ମହିଳା ଖେଳ ଶିକ୍ଷକ କାଜଲ ବେହେରା, ପ୍ରମୁଖ ଖେଳ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି କନ୍ଧମାଳ ଜିଲ୍ଲାର ସର୍ବପୁରାତନ ପ୍ରାକ୍ତନ ସୁନାମ ଧନ୍ୟ ଖେଳ ଶିକ୍ଷକ ବସନ୍ତ ବେହେରାଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ସଙ୍ଘର କୋଷାଧ୍ୟକ୍ଷ ହେମନ୍ତ ମହାନ୍ତି, ସଦସ୍ୟ ଆଇନଜୀବୀ ଗୌରୀଶଙ୍କର ବେହେରା, ସାମ୍ବାଦିକ ସନ୍ତୋଷ ମିଶ୍ର, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ଦିଗାଲ, ଖେଳ ଶିକ୍ଷକ ଅଭିରାମ ମହାନ୍ତି , ଜଗନ୍ନାଥ ସାହାଣୀ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଉକ୍ତ ଉଦଯାପନୀ ଦିବସର ଫାଇନାଲ ମ୍ୟାଚ ଦେଖିବା ପାଇଁ ଫୁଲବାଣୀ ସହରର ହଜାର ହଜାର ଦର୍ଶକ ପଡ଼ିଆର ଚତୁଃପାର୍ଶ୍ୱରେ ରହି ଶାନ୍ତିଶୃଙ୍ଖଳାର ସହ ଏହି ଚିତାକର୍ଷକ ଖେଳ ଉପଭୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

two − 1 =