ସପ୍ତମ ଶ୍ରେଣୀ ଆଦିବାସୀ ଛାତ୍ରୀଙ୍କ ମୃତ୍ୟୁ ପାଇଁ କନ୍ଧମାଳ ପ୍ରଶାସନ ଦାୟୀ – ବିଜେପି ଯୁବମୋର୍ଚ୍ଚା

0 445

କନ୍ଧମାଳ,୮/୧୦- କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅନ୍ତର୍ଗତ ରାଙ୍ଗାପାରୁ ଆଶ୍ରମ ସ୍କୁଲର ସପ୍ତମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଛାତ୍ରୀ ଘୁ. ଉଦୟଗିରି ଡାକ୍ତରଖାନାରେ ନବଜାତ ଶିଶୁର ମୃତ୍ୟୁ ଓ କିଛି ଘଣ୍ଟା ପରେ ମାଁ ଅର୍ଥାତ୍‌ ଛାତ୍ରୀଟିର ମୃତ୍ୟୁ ଘଟଣାରେ ଆଜି ବିଜେପି ଯୁବମୋର୍ଚ୍ଚା କନ୍ଧମାଳ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ଗୋଲକ ବିହାରୀ କଅଁରଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଭେଟି ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାସହ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି । ଛାତ୍ରୀ ଜଣକ ମାସେ ତଳେ ଛଅ ମାସର ଗର୍ଭବତୀ ଥିବା କଥା ଜଣାପଡିବା ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଘୁ. ଉଦୟଗିରିରେ ଥିବା ସୁଭଦ୍ରା ମହତାବ ସେବା ସଦନ ଠାରେ ପ୍ରଶାସନ ପକ୍ଷରୁ ରଖାଯାଇଥିଲା । ଗତ ୫ ତାରିଖ ଦିନ ଗର୍ଭବତୀ ଛାତ୍ରୀଟିର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିବାବେଳେ ବହୁ ବିଳମ୍ବରେ ଘୁ. ଉଦୟଗିରି ଡାକ୍ତରଖାନାରେ ଭର୍ତ୍ତିର୍ି କରାଯାଇଥିଲା । ବିଳମ୍ୱର କାରଣ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ କଲା ବୋଲି ସେବାସଦନର କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ କହୁଛି କିନ୍ତୁ ସେବାସଦନ ଠାରୁ ଡାକ୍ତରଖାନା ଅଲ୍ପ ଦୂର ଥିବାବେଳେ କାହିଁକି ଅନ୍ୟ ବ୍ୟବସ୍ଥା କରାଗଲା ନାହିଁ ବୋଲି ବିଜେପି ଯୁବମୋର୍ଚ୍ଚା ସଭାପତି କହିଛନ୍ତି । ସେହିଭଳି ଛାତ୍ରୀଟିକୁ ଡାକ୍ତରଖାନାରେ ଭର୍ତ୍ତି କରିବାର ପରବର୍ତ୍ତୀ ଦିନ ତାଙ୍କ ପରିବାରବର୍ଗଙ୍କୁ ଖବରଦେବା , ଶିଶୁ ଓ ସ୍ତ୍ରୀ ବିଶେଷଜ୍ଞ ଡାକ୍ତର ନଥିବା ଘୁ. ଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରାଇବା , ଛୁଆ ଜନ୍ମ ପରେ ଆଇସିୟୁର ସୁବିଧା ନପାଇ ମରିଯିବା ଏବଂ ଛୁଆ ଜନ୍ମ ପରେ ନାବାଳିକା ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ବିପଦ ଥିଲେ ସୁଦ୍ଧା ଅନ୍ୟ ବଡ଼ ମେଡ଼ିକାଲକୁ ରେଫର୍‌ ନକରି ଆହୁରି ଗୋଟେ ଦିନ ସେଠାରେ ପକାଇ ରଖି ଛାତ୍ରୀର ମୃତ୍ୟୁ ଯାଏ ଅପେକ୍ଷା କରିବା କନ୍ଧମାଳ ଜିଲ୍ଲା ପ୍ରଶାସନର ଅତ୍ୟନ୍ତ ଅମାନୁଷିକ କାର୍ଯ୍ୟ ଅଟେ ବୋଲି ଯୁବମୋର୍ଚ୍ଚା ନିନ୍ଦା କରିଛି । ଜିଲ୍ଲାର ପୋଲିସ ବିଭାଗ , ମେଡିକାଲ ଷ୍ଟାଫ୍‌, ଡିଡବ୍ଲୁଓ, ଡିଏସଡବ୍ଲୁଓ, ଡିସିପିଓ, କେକେଡିଏର ବଡ଼ ବଡ଼ ବାବୁଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଛାତ୍ରୀଟିର ମୃତ୍ୟୁ ହୋଇଥିବା ଯୁବମୋର୍ଚ୍ଚା କହିଛି । ଯଦି ପ୍ରଶାସନ ତୁରନ୍ତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତାହାଲେ ବଡ ଧରଣର ଆନ୍ଦୋଳନର ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବୁ ଏବଂ ସେଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ଶ୍ରୀ କହଁର କହିଛନ୍ତି ।

hiring

ଜିଲ୍ଲାପାଳଙ୍କୁ ଆଜିର ଏହି ସାକ୍ଷାତ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତିଙ୍କ ସହ ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ସାହୁ (ଟିକୁ) , ଉପସଭାପତି ସୁଧାଂଶୁ ଗୁରୁ, ଫୁଲବାଣୀ ନଗର ଯୁବମୋର୍ଚ୍ଚା ସଭାପତି ଅରବିନ୍ଦ ପଟ୍ଟନାୟକ , ଜିଲ୍ଲା ସମ୍ପାଦକ ଗୌତମ ମଲିକ , ଗୋଲକ ମଲିକ , ଯୁବନେତା ରାଇକିଶୋର ପ୍ରଧାନ , ଦେବାଶିଷ ସାହାଣି , ଦିଶାନ୍ତ କୁମାର ପଣ୍ଡା , ଚିରଞ୍ଜିବୀ ଜାନୀ , ନିହାର ରଞ୍ଜନ ମହାଲିଙ୍ଗ , ବବୁଲ୍‌ ପ୍ରଧାନ , ସୁଧିରେନ୍ଦ୍ର ଦାଶ , ବାପିନା ଗୌଡ଼ , ଧବଳେଶ୍ୱର ପ୍ରଧାନ , ଲକ୍ଷ୍ମୀ ନାରାୟଣ ସାହୁ, ରାକେଶ ବେହେରା ପ୍ରମୁଖଙ୍କ ସହ ଶତାଧିକ ଯୁବକ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

3 + nine =